ଅପରେସନ ସିନ୍ଦୂର ଯୋଦ୍ଧାଙ୍କୁ ସଲାମ

0 2

ଓଡ଼ଗାଁ,୩୧।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ନନ୍ଦିଘୋର ଉତ୍କଳମଣି କୋଚିଙ୍ଗ କେନ୍ଦ୍ରର ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୬୦ ଜଣ ଛାତ୍ରଛାତ୍ରୀ ଅପରେସନ ସିନ୍ଦୂରର ଅପୂର୍ବ ସଫଳତା ପାଇଁ ଭାରତର ଜଳ,ସ୍ଥଳ,ଆକାଶ ବାହିନୀର ଯୋଦ୍ଧା ସୈନିକ ମାନଙ୍କୁ ଜାତୀୟ ସଙ୍ଗୀତ ଗାନ କରି ସଲାମୀ ସମ୍ମାନ ଜଣାଇଥିଲେ। ଏବଂ ଯୁଦ୍ଧ ଭୂମିରେ ପ୍ରାଣ ହରାଇଥିବା ସହିଦ୍ ମାନଙ୍କ ପାଇଁ ପ୍ରାର୍ଥନା କରିଥିଲେ।ନନ୍ଦିଘୋର ସରପଞ୍ଚ ଶ୍ବେତଲୀନା ମିଶ୍ର, ସମାଜସେବୀ ଗଜେନ୍ଦ୍ର ମହାରଣା, ପ୍ରଧାନ ଆଚାର୍ଯ୍ୟ ସତ୍ୟ ନାରାୟଣ ସାହୁ ପ୍ରମୁଖ କାର୍ଯ୍ୟ କ୍ରମରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ଚେତନାର ଜାଗ୍ରତ କରିଥିଲେ।ଏହି ଅବସରରେ ଅନୁଷ୍ଠାନ ତରଫରୁ ଛାତ୍ରଛାତ୍ରୀ ମାନଙ୍କୁ ୟୁନିଫର୍ମ ସାର୍ଟ ବଣ୍ଟନ କରାଯାଇଥିଲା। ଅନୁଷ୍ଠାନର ମୁଖ୍ୟ ସୂର୍ଯ୍ୟମଣି ସାହୁ, ପ୍ରଶାନ୍ତ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କାର୍ତ୍ତିକ ମଣ୍ଡଳ ସହଯୋଗ କରିଥିଲେ।

Leave A Reply

Your email address will not be published.