ଓଡ଼ଗାଁ,୩୧।୫(ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ନିକଟସ୍ଥ ଜାମୁପାଟଣା ଶୁଳିଆ ପାହାଡ଼ ପାଦଦେଶରେ ଆବିର୍ଭୁତ ପଶ୍ଚିମାଭିମୁଖି ଶିବ ପ୍ରଭୁ ଶ୍ରୀ ଦ୍ଵିତୀକେଶ୍ୱର ମହାଦେବଙ୍କ ପୀଠରେ ବୈଦିକ ରୀତିମତେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ପାଳିତ ହୋଇଯାଇଛି।ପବିତ୍ର ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ଦେବଦମ୍ପତ୍ତିଙ୍କ ବିବାହ ପାଇଁ ଚଳିତ ବର୍ଷ ପନ୍ତିଖାରୀ ଶାସନ ବିଭୂତି ରଞ୍ଜନ ଷଡ଼ଙ୍ଗୀ କନ୍ୟା ପିତା ଏବଂ ନୟାଗଡ଼ ଜିଲ୍ଲା ତତ୍କାଳୀନ ଜିଲ୍ଲାପାଳ ହେମନ୍ତ କୁମାର ପାଢ଼ୀ ବର ପିତା ଭାବରେ ଦାୟିତ୍ଵ ତୁଲାଇଥିଲେ।ମନ୍ଦିର ପୁରୋହିତ ରବିନାରାୟଣ କରଙ୍କ ଦ୍ୱାରା ବୈଦିକ ମନ୍ତ୍ର ଉଚ୍ଚାରଣ ପୂର୍ବକ ପ୍ରଥମ ବରଣ, ଦିତୀୟ ବରଣ, ଅଧିବାସ, ଲବଣି ଚଉରୀ, କନିଷ୍ଟବେଦି, ଶଢାର୍ଘ୍ୟ, ହସ୍ତଗଣ୍ଠି ଆଦି କର୍ମ ସମ୍ପାଦିତ ହୋଇଥିଲା।ପରେ ଦେବ ଦମ୍ପତି ମନ୍ଦିର ପରିକ୍ରମା ସାରି ମନ୍ଦିର ପ୍ରବେଶ କରିଥିଲେ।ମନ୍ଦିର ପରିଚାଳନା ସଦସ୍ୟ ଓ ପାଳିଆ ସେବାସୀ ପ୍ରଭୁଙ୍କର ସମସ୍ତ ନୀତି କାର୍ଯ୍ୟରେ ସହେଯାଗ କରିଥିଲେ।ସାଧାରଣତଃ ସମସ୍ତ ଶୈବପୀଠରେ ରାତିବେଳା ଶିବ ବିବାହ ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ପୂର୍ବକାଳରେ ଘଞ୍ଚ ଜଙ୍ଗଲ ପରିପୂର୍ଣ୍ଣ ଏହି ସ୍ଥାନରେ ରାତ୍ରୀ ସମୟରେ ହିଂସ୍ର ବଣ୍ୟଜନ୍ତୁ ମାନଙ୍କ ଗତାଗତ ବହୁଳ ମାତ୍ରାରେ ରହିଥିବାରୁ ରାତି ଆସିବା ପୂର୍ବରୁ ସମସ୍ତ ପୂଜାବିଧି ସାରି ସେବାସୀ ଓ କର୍ମକର୍ତା ଚାଲିଯାଉଥିଲେ।କାଳକ୍ରମେ ସେହି ପରମ୍ପରା ପ୍ରଭୁଙ୍କ ନିର୍ଦ୍ଦେଶ ବୋଲି ଭାବିନେଇ ଆଜି ପର୍ଯ୍ୟନ୍ତ ଦିନବେଳା ଏହି ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଆସୁଥିବା ଜନ ସୃତିରୁ ଜଣାଯାଏ। ଦୁତିକେଶ୍ବର ମନ୍ଦିର ପରିଚାଳନା କମିଟିର ଉପସଭାପତି ପ୍ରଫୁଲ ମାଝିଙ୍କ ସହିତ ସଭ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମସ୍ତ ସେବାୟତମାନେ ସହଯୋଗ କରିଥିଲେ। ସେହିପରି ସ୍ଥାନୀୟ ଅଞ୍ଚଳର କୋରପିଠା ପନ୍ତିଖାରୀ ଶାସନ,ମଶାବାରି, କୈବଲ୍ୟପୁର ରଙ୍ଗଣୀପାଟଣା, ଓଡ଼ଗାଁ,କୁରାଳ ରାବରା,ଗୋଠବଣ, ସର୍ବୋପରି ସରଣକୁଳ ଠାରେ ବିଜେ ଲଡୁବାବା ଏବଂ ଅନ୍ୟାନ ସମସ୍ତ ଶୈବପୀଠମାନଙ୍କରେରେ ଦେବ ଦମ୍ପିଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
Sign in
Sign in
Recover your password.
A password will be e-mailed to you.
Next Post