ଜମନକିରା ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0 2

ଜମନକିରା ୩୧। ୫(ଲିପନ ନାଏକ): ଜମନକିରା ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଦିନ ଆସିଥିଲେ। ପ୍ରଥମେ ଜମନକିରା ବ୍ଲକ ବଡ଼ରମା ପଞ୍ଚାୟତ ଅନ୍ତର୍ଗତ ଉଷାକୋଠି ଅଭୟା ରଣ୍ୟ କୁତବ ଗ୍ରାମ ପରିଦର୍ଶନ କରିଥିଲେ ସେହିପରି ଜମନକିରା ବାଇପାସ ରୁ ଏକ ବାଇକ ରେଲି ମାଧ୍ୟମରେ ଜମନକିରା ଠାରୁ ମୁକ୍ତେଶ୍ଵର ପର୍ଯ୍ୟନ୍ତ ଯାଇ ସେଠାରେ ଥିବା ପ୍ରସିଦ୍ଧ ଶିବ ପୀଠ ମୁକ୍ତେଶ୍ଵର ମନ୍ଦିର ପରିଦର୍ଶନ କରି ଭଗବାନଙ୍କ ଆଶୀର୍ବାଦ ନେଇଥିଲେ ଏବଂ ମନ୍ଦିର ରେ ନିର୍ମାଣ ହେବାକୁ ଥିବା ନୂତନ କଲ୍ୟାଣ ମଣ୍ଡପର ଶୁଭ ଦେଇ ଫଳକ ଉନ୍ମୋଚନ କରିଥିଲେ। ସେହିପରି ମୁକ୍ତେଶ୍ଵର ପରିଦର୍ଶନ ପରେ ଡ଼ୁମେରମୁଣ୍ଡା ପଞ୍ଚାୟତ ଠାରେ ଥିବା ସଗଡ଼େଶ୍ୱର ଶିବ ପୀଠ ପରିଦର୍ଶନ କରି ସେଠାରେ ମଧ୍ୟ ଭଗବାନ ଶିବ ଏବଂ ମାତା ପାର୍ବତୀ ଙ୍କ ଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ସସମୟରେ ଓଡିଶା ସରକାର ଙ୍କ ପାନୀୟ ଜଳ ତଥା ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସହିତ ସମ୍ବଲପୁର ଜିଲ୍ଲା ପାଳ, ସମ୍ବଲପୁର ଡ଼ିଏଫଓ, ବାମରା ଡ଼ିଏଫଓ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.