ଘର ଭିତରୁ ଫରେଷ୍ଟରଙ୍କ ଅର୍ଦ୍ଧ ଦଗ୍ଧ ପୋଡା ମୃତଦେହ ଉଦ୍ଧାର

0 2

ନୟାଗଡ଼(ବିଶ୍ୱଜିତ ନାୟକ):-  ଘର ଭିତରୁ ଫରେଷ୍ଟରଙ୍କ ଅନ୍ଧଦଗ୍ଧ ପୋଡା ମୃତଦେହ ଉଦ୍ଧାର । ନୟାଗଡ଼ ଅନ୍ତର୍ଗତ ଶରଣକୁଳ ବନପାଳ ଶିଶିର କୁମାର ସାହୁଙ୍କ ମୃତ୍ୟୁ । ନୟାଗଡ଼ ବାରମାସୀ ଦଣ୍ଡା ସ୍ଥିତ ଶିଶିରଙ୍କ ଘରେ ଏହି ଅଭାବନୀୟ ଘଟଣା ଘଟିଛି । ଶିଶିର ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ କେହି ହତ୍ୟା କରିବା ପରେ ତାଙ୍କ ଦେହରେ ନିଆଁ ଲଗାଇ ଦେଇଛି ତାହା ସନ୍ଦେହ ଘେରରେ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ଶିଶିର, ତାଙ୍କ ସ୍ତ୍ରୀ ନମିତା ଏବଂ ପୁଅ ଅଭିଷେକ ଘରେ ଥ‌ିବା ବେଳେ ହଠାତ୍ ଘରୁ ନିଆଁ ବାହାରିଥିଲା । ଶିଶିରଙ୍କ ସ୍ତ୍ରୀ ଘରୁ ବାହାରି ଚିତ୍କାର କରି ଡାକିବା ପରେ ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ । ପରେ ଫାୟାର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଲିଭାଇଥିଲେ । ଘରର ବେଡ଼ରୁମ୍ ଖଟ ଉପରେ ଶିଶିରଙ୍କ ମୃତ ଦେହ ପଡିରହିଛି । ସେପଟେ ଶିଶିରଙ୍କ ସ୍ତ୍ରୀ ନମିତା ନିଆଁରେ ସାମାନ୍ୟ ଆହତ ହୋଇଥିବା ବେଳେ ପୁଅର କୌଣସି କ୍ଷତି ହୋଇ ନାହିଁ । ନିଆଁ ଲାଗି ଘରେ ଥୂବା ସ୍ଫୁଟିଟି ପୋଡ଼ି ଯାଇଥିବା ବେଳେ ଅନେକ ଆସବା ପତ୍ର ମଧ୍ୟ ପୋଡିଯାଇଛି । ନିଆଁ ଲାଗିବାର କାରଣ ଅସୃଷ୍ଟ ରହିଥ‌ିବାରୁ ଶିଶିରଙ୍କ ମୃତ୍ୟୁ ନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି । କାରଣ ଜାଣିବା ପାଇଁ ନୟାଗଡ଼ ଟାଉନଥାନା ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି  ।  ଶିଶିର ସାହୁଙ୍କ ଙ୍କ ମୃତ ଦେହକୁ ଟାଉନ ଥାନା ପୁଲିସ ଜବତ୍ କରିଛି ।ପଞ୍ଚରିଡ଼ା ଫରେଷ୍ଟର ଶିଶିର ସାହୁଙ୍କର ଘର ମାନପୁର ହୋଇଥିବା ବେଳେ ସେ ନୟାଗଡ଼ ସହର ବାରମାସୀଦଣ୍ଡା ସ୍ଥିତ ଅଞ୍ଚଳରେ ଘର କରି ସ୍ତ୍ରୀ ଏବଂ ପୁଅଙ୍କ ସହ ରହୁଥିଲେ ।

Leave A Reply

Your email address will not be published.