କ୍ରୀଡ଼ା ସଂଘ ର ପୁନରୁଦ୍ଧାର ନହେଲେ ଆନ୍ଦୋଳନ ଚେତାବନୀ : ଉପଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ କଲା ଉପଖଣ୍ଡ କ୍ରୀଡା ସଂଘ।

0 2

ପଦ୍ମପୁର :- ବିଗତ ୩୦ – ୩୫ ବର୍ଷ ଧରି ପଦ୍ମପୁର ସବଡିଭିଜନ ସ୍ତରୀୟ କ୍ରୀଡା ସଂଘ ଅଚଳ ଅବସ୍ଥାରେ ପଡ଼ି ରହିଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଦାୟିତ୍ଵ ରେ ଥିବା ପ୍ରାଶାସନିକ ଅଧିକାରୀ ପଦକ୍ଷେପ ଗ୍ରହଣ କରୁ ନଥିବାରୁ ଦୁଇ ମାସ ପୂର୍ବରୁ ଏକ ପ୍ରତିନିଧି ଦଳ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ସଭାପତି ଦାୟିତ୍ଵ ରେ ଥିବା ଉପଜିଲ୍ଲାପାଳ ଏକ ମାସ ଭିତରେ ସମାଧାନ କରି ନୂତନ କମିଟି ଗଠନ କରିବା ପାଇଁ ପ୍ରତିଶୃତି ଦେଇଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି କି ଯେ , ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଆଜି ବାଧ୍ୟ ହୋଇ ପୁଣି ଏକ ପ୍ରତିନିଧି ଦଳ ଉପଜିଲ୍ଲାପାଳ ଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଥିଲେ ଯେଉଁ ଥିରେ କି ଆଗାମୀ ସାତ ଦିନ ମଧ୍ୟରେ ଦାବି ପୂରଣ ନହେଲେ ଧାରଣା ଦେବେ ବୋଲି ଦାବି ପତ୍ର ରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.