ଓଡ଼ଗାଁ,୨୮।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରଙ୍ଗଣୀପାଟଣା ଗ୍ରାମ ପଞ୍ଚାୟତ ପାଇକ ପନ୍ତିଖାରୀ ଗ୍ରାମରେ ବୁଧବାର ଅପରାହ୍ନରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମୃତ୍ୟୁବରଣ କରିଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ମେଘନାଦ ଦାସ(୬୫)। ବୁଧବାର ସମୟ ମଧ୍ୟାହ୍ନ ପ୍ରାୟ ୧୨.୩୦ ବେଳେ ଘରର ଆବଶ୍ୟକତା ନେଇ ପାଣି ସଞ୍ଚୟ ପାଇଁ ପାଣି ପମ୍ପ ସୁଇଚ୍ ଅନ୍ କରିବା ବେଳେ ସେ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ । ତାଙ୍କୁ ଓଡ଼ଗାଁ ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତର ତାଙ୍କୁ ଆନୁଷ୍ଠାନିକ ଭାବେ ମୃତ ଘୋଷଣା କରିଥିଲେ। ଏ ନେଇ ପୁଅ ନବ କିଶୋର ଦାସ ଓଡ଼ଗାଁ ଥାନାରେ ଅଭିଯୋଗ କରିବା ପରେ ଓଡ଼ଗାଁ ପୋଲିସ ୨୧/୨୫ରେ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି । ଅନ୍ୟ ପକ୍ଷରେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.