ହାତୀପଲ୍ଲ ସହ ମୁହାଁମୁହିଁ ହୋଇ ପ୍ରାଣ ହରାଇଲେ ବ୍ରଜବନ୍ଧୁ

0 2

ଓଡ଼ଗାଁ,୨୮।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡାଝୋଲା ଫାଣ୍ଡି ତଥା ନୂଆଗାଁ ବ୍ଳକ ମହିପୁର ବନାଞ୍ଚଳ ପାରାଢିପୀ ପଞ୍ଚାୟତ ପୋକସୁଗାଁ ଗାଁର ବ୍ୟକ୍ତି ମଙ୍ଗଳବାର ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ସୁରୁକାବାରୀ ଉପର ତଇଲା ଅଞ୍ଚଳରେ ୧୪ ଟିକିଆ ହାତୀ ପଲ ସହ ମୁହାଁମୁହିଁ ପରେ ଆକ୍ରମଣରେ ପ୍ରାଣ ହରାଇଥିବା ଜଣାଯାଇଛି । ମୃତକ ଜଣକହେଲେ ପୋକସୁଙ୍ଗା ଗାଁର ବ୍ରଜବନ୍ଧୁ ମଳିକ(୫୧) । ହାତୀଙ୍କ ଆକ୍ରମଣରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନର ହାଡ଼ ଚୁନା ହୋଇଯାଇଥିବା ବେଳେ ମୁଣ୍ଡ ଓ କାଳରୁ ରକ୍ତଶ୍ରାବ ହେଉଥିଲା । ଖବରପାଇ ପରିବାର ଲୋକ ଅନ୍ୟମାନଙ୍କ ସହ ମିଶି ଘଟଣା ସ୍ଥଳରେ ପହଁଚି ବ୍ରଜ ମଳିକଙ୍କ ମୃତ ଶରୀରକୁ ଗାଁକୁ ଆଣିବା ପରେ ସେଠାରୁ ଓଡ଼ଗାଁ ଡାକ୍ତରଖାନାକୁ ନେଇଥିଲେ । ଏନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହେବା ପରେ ଓଡ଼ଗାଁ ପୋଲିସ ୨୦/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପକ୍ଷରେ ମୃତ ଶରୀରର ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସୂଚନା ଅନୁସାରେ ବ୍ରଜବନ୍ଧୁ ମଙ୍ଗଳବାର ଅପରାହ୍ନରେ ଅନ୍ୟ ଗାଁରୁ କାର୍ଯ୍ୟ ସାରି ସାଇକଲ ଯୋଗେ ଏକ ଅସାରିଆ ରାସ୍ତା ଦେଇ ନିଜ ଗାଁ ଘରକୁ ଫେରୁଥିଲା । ତେବେ ସେ ଜଣେ ଶ୍ରବଣବାଧିତ ବ୍ୟକ୍ତି ହୋଇଥିବାରୁ ହାତୀ ପଲଙ୍କ ଆତଯାତ ସମ୍ପର୍କରେ ଶୁଣି ନପାରି ହଠାତ୍ ହାତୀପଲଙ୍କ ସାମ୍ନାକୁ ଆସିଯିବାରୁ ହାତୀମାନଙ୍କ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ମହିପୁର ବନାଞ୍ଚଳ ଅଧିକାରୀ ଅମ୍ରିତ୍ ସାହୁଙ୍କ ଠାରୁ ପ୍ରକାଶ । ମୃତ ବ୍ରଜବନ୍ଧୁ ଏକମାତ୍ର ରୋଜଗାରିଆ ମୁରବି ହୋଇଥିବା ବେଳେ ଘରେ ତାଙ୍କର ବୃଦ୍ଧା ମା’ ୧ ପୁଅ ଓ ୧ ଝିଅ ସହିତ ସ୍ତ୍ରୀ ଅଛନ୍ତି । ଅକାଳରେ ଘରର ଏକମାତ୍ର ରୋଜଗାରିଆ ମୁରବି ଚାଲିଯିବା ପରେ ଘର ଚଳିବା କଷ୍ଟକର ହୋଇପଡିଥିବା ବେଳେ ଯଥାଶୀଘ୍ର ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

Leave A Reply

Your email address will not be published.