ରାୟଗଡା ରୁ ବୈକୁଣ୍ଠ ଦୁରିଆ -ହାଡକୋର ମାଓବାଦୀ ଵିଜୟ ପୁନେମ ଏଲିଆସ୍ ଅଜୟ ଆଜି ରାୟଗଡା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।ବିଜୟର ଘର ଛତିଶଗଡ଼ ରାଜ୍ୟ ବାଟିଗୁଡା ଗ୍ରାମର ବୋଲି ଜଣାପଡିଥିବା ବେଳେ ସେ ଦୀର୍ଘ ବର୍ଷ ହେବ ବାସଧରା-ଘୁମୂସର-ନାଗାବଳୀ ଡିଭିଜନର କେଡର ମାଓବାଦୀ ଭାବେ କାର୍ଯ୍ଯ କରୁଥିଲେ। ସେ 2009 ମସିହାରେ ନକ୍ସଲ ସଂଗଠନରେ ମିଶିଥିଲେ। ପରେ ଟ୍ରେନିଂ ଶେଷ ହେବା ପରେ ତାକୁ 2014 ମସିହାରେ ନକ୍ସଲ ସଂଗଠନର ଏସିଏମ୍ ଦାୟିତ୍ୱ ମିଳିଥିଲା। ଏବଂ 2024 ମସିହାରେ ତାକୁ ବାଶଧରା-ଘୁମୁସର-ନାଗାବଳୀ ଡିଭିଜନର କ୍ଯଡେର୍ ଦାୟିତ୍ୱ ମିଳିଥିଲା। ବିଜୟ ଛତିଶଗଡ଼, ମାଲକାନଗିରି, କୋରାପୁଟ, ନୂଆପଡା, କଳାହାଣ୍ଡି, ବୈଧ,କନ୍ଧମାଳ ଓ ରାୟଗଡାରେ ଘଟିଥିବା ବିଭିନ୍ନ ନକ୍ସଲ ହିଂସା ରେ ଜଡିତ ଥିବା ରାୟଗଡା ଏସପି ସ୍ବିଥୀ ଏସ୍ .କମାର ସୂଚନା ଦେଇଛନ୍ତି। ତା ଉପରେ 4 ଲକ୍ଷ ଟଙ୍କାର ପୁରସ୍କାର ଥିଲା। ତାଠାରୁ ଗୋଟିଏ ୯ଏମଏମ୍ ପିସ୍ତଲ,8ରାଉଣ୍ଡ ଅଭୁଟା ଗୁଳି ଗୁଳି,ୱକିଟକି ଓ ଘଣ୍ଟା ଜବତ କରାଯାଇଛି । ତେବେ ଆଜି ସେ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ସରକାର ଙ୍କ ନକ୍ସଲ ଥଇଥାନ ନୀତି ଅନୁଯାୟୀ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଏସପି ସ୍ବିଥୀ ଏସ୍ କୁମାର ଙ୍କ ସୂଚନା। ଅନ୍ଯପଟେ ନକ୍ସଲ ସଂଗଠନ ଉପରେ ବିମୁଖ ହୋଇ ସେ ଆତ୍ମସମର୍ପଣ କରିଥିବା ବେଳେ ଆଗକୁ ନିଜ ସ୍ତ୍ରୀ ଓ ଅନେକ ସାଥୀ ଆତ୍ମସମର୍ପଣ କରିବେ ବୋଲି ମାଓବାଦୀ ବିଜୟ ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.