ନବରଙ୍ଗପୁର,୨୭/୫/୨୦୨୫-ଅଶୋକ ସାହୁ, ଶାସକ ପ୍ରଶାସକ,କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳର ୧୨ ବାଟାଲିୟନ ପକ୍ଷରୁ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସର ଶୁଭାରମ୍ଭ ହୋଇଛି । ଦ୍ୱିତୀୟ କମାଣ୍ଡ ଅଧିକାରୀ (କାର୍ଯ୍ୟକାରୀ କମାଣ୍ଡାଣ୍ଟ) କୃଷ୍ଣ କୁମାର ସିଂହଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି। ଯେଉଁଥିରେ ରାଜୀବ କୁମାର, ଡେପୁଟି କମାଣ୍ଡାଣ୍ଟ, ୧୨ ବାଟାଲିୟନ, କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ, ଡକ୍ଟର ମାଧବନ କୁମାର, ସହାୟକ କମାଣ୍ଡାଣ୍ଟ (ଚିକିତ୍ସା), ସବ ଅର୍ଡିନେଟ୍ ଅଧିକାରୀ ଜବାନ, ଓଡ଼ିଶା ପୋଲିସ କର୍ମଚାରୀ ଓ ବହୁ ସଂଖ୍ୟକ ସ୍ଥାନୀୟ ମହିଳା ଅଂଶଗ୍ରହଣ କରିଥିଲେ। କୃଷ୍ଣ କୁମାର ସିଂହ, ଦ୍ୱିତୀୟ କମାଣ୍ଡିଂ ଅଫିସର, କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ପକ୍ଷରୁ ୧୧ ତମ ଅନ୍ତର୍ଜାତୀୟ ଯୋଗ ଦିବସର ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶୁଭାରମ୍ଭ କରିଥିଲେ। ପ୍ରତିବର୍ଷ ୨୧ ଜୁନ୍ ରେ ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଏ। ଏହା ୨୦୧୫ ମସିହାରୁ ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘ ସାଧାରଣ ସଭାରେ ଏହା ପ୍ରସ୍ତାବ ଦେଇଥିଲେ । ଯାହାକୁ ରେକର୍ଡ ସଂଖ୍ୟକ ଲୋକ ଗ୍ରହଣ କରିଥିଲେ।
ବିଭିନ୍ନ ଦେଶରୁ ସମର୍ଥନ ମିଳିଥିଲା। ଏହି ବର୍ଷର ଯୋଗର ବିଷୟବସ୍ତୁ ହେଉଛି ନିଜ ପାଇଁ ଏବଂ ସମାଜ ପାଇଁ ଯୋଗ ରଖାଯାଇଛି। ଏହି ବର୍ଷ କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀର ୧୨ ବାଟାଲିୟନର ଜବାନମାନେ ନିଜ ପାଇଁ ଏବଂ ସମାଜ ପାଇଁ ଅବଦାନ ଦେଇଛନ୍ତି। ଏନେଇ “ସ୍ୱୟଂ ଏବଂ ସମାଜ ପାଇଁ ଯୋଗ” ବିଷୟବସ୍ତୁ ଅଧୀନରେ ମେ ୨୭ ଠାରୁ ଜୁନ ୨୧ ତାରିଖ ସୁଦ୍ଧା ନବରଙ୍ଗପୁରର ବିଭିନ୍ନ ସ୍ଥାନରେ ଯୋଗର ପ୍ରଚାର ଏବଂ ଅନ୍ୟାନ୍ୟ ବିଭିନ୍ନ କାର୍ଯ୍ୟକଳାପ ଆୟୋଜନ କରାଯିବ। ଯେଉଁଥିରେ ସ୍ଥାନୀୟ ନାଗରିକମାନଙ୍କୁ ଯୋଗ ବିଷୟରେ ସଚେତନ କରାଯିବ । ଯୋଗ ମାଧ୍ୟମରେ ଶରୀରକୁ ମିଳୁଥିବା ଲାଭ ବିଷୟରେ ଜଣାଯିବ। କାର୍ଯ୍ୟକ୍ରମର ସଫଳ ଶୁଭାରମ୍ଭ କାର୍ଯ୍ୟକ୍ରମ ପରେ, ମୁଖ୍ୟ ଅତିଥି କୃଷ୍ଣ କୁମାର ସିଂ ସୂଚନା ଦେଇଥିଲେ ଯେ ଯୋଗ ହେଉଛି ଭାରତର ପ୍ରାଚୀନ ସଂସ୍କୃତି ଏବଂ ଐତିହ୍ୟର ଏକ ଅଂଶ । ଯାହା ବର୍ତ୍ତମାନ ବିଶ୍ୱ ମଞ୍ଚରେ ଲୋକପ୍ରିୟ ହୋଇପାରିଛି। ଯୋଗରେ ଶାରୀରିକ ଆସନ, ଶ୍ୱାସକ୍ରିୟା ବ୍ୟାୟାମ, ଧ୍ୟାନ ଓ ନୀତିଗତ ନୀତି ଅନ୍ତର୍ଭୁକ୍ତ। ଯୋଗର ଏହି ଅଭ୍ୟାସ ମନ, ଶରୀର ଏବଂ ଆତ୍ମାକୁ ଏକୀକୃତ କରି ସାମଗ୍ରିକ ସୁସ୍ଥତାକୁ ପ୍ରୋତ୍ସାହିତ କରେ ବୋଲି ଜଣାଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
ସାମ୍ବାଦିକ ଙ୍କ ଉପରେ ଆକ୍ରମଣ ନିନ୍ଦନୀୟ, ଦୋଷୀ କୁ ତୁରନ୍ତ ଗିରଫ ସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବି I
Next Post