ସ୍ବପ୍ନ ନେଇ ଯାଇଥିଲେ,ଶବ ହୋଇ ଫେରିଲେ

2

ତେଲେଙ୍ଗାନା ରୁ ରେଙ୍ଗାଲି ଗାଁ କୁ ଫେରିଲା ଦାଦନ ଶ୍ରମିକ ର ମୃତ ଦେହ

ଖପ୍ରାଖୋଲ ୨୬/୫(ହେମସାଗର ସାହୁ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ରେଙ୍ଗାଲି ଗାଁ ରେ ଜଣେ ଦାଦନ ଶ୍ରମିକ ର ମୃତ ଦେହ ଗାଁ ରେ ରବିବାର ପହଞ୍ଚିଛି। ମୃତ ଦାଦନ ଶ୍ରମିକ ହେଲେ ରେଙ୍ଗାଲି ଗାଁ ର କାନ୍ତ ବରିହା ଙ୍କ ପୁଅ କ୍ଷେତ୍ର ବରିହା (୨୦) ବୋଲି ଜଣାଯାଇଛି। ମୃତ ଦେହ ଗାଁ ରେ ପହଞ୍ଚିଲା ପରେ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସୁଚନା ଅନୁସାରେ ଶ୍ରମିକ ଜଣକ ଗତ ୬ ମାସ ତଳେ ଗାଁ ର ଅନ୍ୟ ଶ୍ରମିକ ମାନଙ୍କ ସହିତ ଦଲାଲ ମାଧ୍ୟମ ରେ ତେଲେଙ୍ଗାନା ରାଜ୍ୟ ର ମେହେବୁବ ନଗର ନିକଟ ଏକ ଇଟା ଭାଟିରେ ଇଟା କାମ ପାଇଁ ଯାଇଥିବା ବେଳେ ସେଠାରେ ତାଙ୍କ ମୁତ୍ୟୁ ହୋଇଥିଲା। ଭାଟି ମାଲିକ ର ସହାୟତା ରେ ଏକ ଆମୁଲାନ୍ସ ଯୋଗେ ପଠାଇ ଦେଇଥିବା ବେଳେ ରବିବାର ମୃତ ଦେହ ଗାଁ ରେ ପହଞ୍ଚିଥିଲା। ଭୋକ ର ଭୂଗୋଳ ରେ ପେଟ ପାଇଁ ଦାନା ଯୋଗାଡ କରିବା କୁ ଯାଇ କେତେ ଯେ ଶ୍ରମିକ ଙ୍କ ଜୀବନ ଯାଉଛି ତାର ହିସାବ କାହା ପାଖରେ ନାହିଁ। ଆଉ ଏହି ଘଟଣା ମାତ୍ର ଏକ ଉଦାହରଣ ମାତ୍ର। ସରକାର ଏଭଳି ଘଟଣା ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି।

Leave A Reply

Your email address will not be published.