ସାର୍ବଜନୀନ ଶୀତଳ ଷଷ୍ଠୀ କମିଟି ତରଫରୁ ରୁ ଉଦଘାଟନ ହେଲା ମିନାବଜାର।

2

ପଦ୍ମପୁର :- ଚଳିତ ବର୍ଷ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ବାବା ଙ୍କର ଭବ୍ୟ ବିବାହୋତ୍ସବ ତଥା ତୃତୀୟ ବର୍ଷ ପାଇଁ ଶୀତଳ ଷଷ୍ଠୀ ପାଳନ ହେବାକୁ ଯାଉଥିବା ବେଳେ ଗତ ବର୍ଷ ମାନଙ୍କରେ ଲାଗୁଥିବା ଭକ୍ତ ଙ୍କ ଭିଡ଼କୁ ଦେଖି କମିଟି ତରଫରୁ ଭିଡ଼ ନିୟନ୍ତ୍ରଣ ପାଇଁ ତଥା ଲୋକଙ୍କ ମନୋରଞ୍ଜନ ପାଇଁ କମିଟି ପକ୍ଷରୁ ସ୍ଥାନୀୟ ଅଶୋକ ଖେଳ ପଡିଆ ଠାରେ ମିନାବଜାର ର ଆୟୋଜନ କରାଯାଇଛି। ଯାହାର ବିଧିବଦ୍ଧ ଭାବରେ ଉଦଘାଟନ ଆଜି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ପାଣ୍ଡଵ ଶବର ଏବଂ ବଣିକ ସଂଘ ସଭାପତି ପ୍ରତାପ ମିଶ୍ର ମିନାବଜାର ର ଶୁଭ ଉଦ୍ଘାଟନ କରିଥିଲେ। ଶୀତଳ ଷଷ୍ଠୀ କମିଟି ମୁଖ୍ୟ ପୂଜକ ଅତ୍ରାହି ଭଞ୍ଜନ ପାଣିଗ୍ରାହୀ ତଥା ମନ୍ଦିର ପୂଜକ ଟଙ୍କଧର ମହାପାତ୍ର ଙ୍କ ମନ୍ତ୍ରଚାରଣ ସହ ପୂଜା ପାଠ କରି ମିନାବଜାର ଉଦଘାଟନ କରିଛନ୍ତି ମୁଖ୍ୟ ଅତିଥି। ତେବେ ମୁଖ୍ୟ ଅତିଥି ମାନଙ୍କୁ ବଜାର ବୁଲାଇ ଦେଖେଇବ ସହ ପଦ୍ମପୁର ଅଞ୍ଚଳ ବାସି ତଥା ଭକ୍ତ ବହୁ ସଂଖ୍ୟାରେ ମିନାବଜାର ରେ ଯୋଗ ଦେଇ ମଜା ନିଅନ୍ତୁ ବୋଲି କମିଟି ତରଫରୁ ସମସ୍ତଙ୍କୁ ନିମନ୍ତ୍ରିତ କରିଛନ୍ତି କମିଟିର ସଭାପତି ପ୍ରିତମ ମେହେର ତଥା ସଦସ୍ୟ ମାନେ। ତେବେ କମିଟି ପକ୍ଷରୁ ଆୟୋଜିତ ହୋଇଥିବା ଏହି ମିନାବଜାର ରେ ଆକାଶ ଦୋଳି, ବ୍ରେକ ଡ୍ୟାନ୍ସ ସହ ଛୁଆ ମାନଙ୍କ ପାଇଁ ବିଭିନ୍ନ ଖେଳିବା ଦୋଳି ସହ ଅନେକ ପ୍ରକାର ର ଗୃହ ଉପଯୋଗି ସାମଗ୍ରୀ ର ଦୋକାନ ମାନ ମଧ୍ୟ ଆସିଛି। ଉଦ୍ଘାଟନୀ ର ପ୍ରଥମ ଦିନରୁ ହିଁ ମିନାବଜାର ରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ତେବେ ଆସନ୍ତା ତା. ୨୯ ରିଖ ଦିନ ମାତା ପାର୍ବତୀ ଙ୍କର ପତର ପେଣ୍ଡି କାର୍ଯ୍ୟକ୍ରମ ଥିବା ବେଳେ ତା. ୩୦ ରିଖ ଦିନ ମାତା ଙ୍କ ଅଳଙ୍କାର ଧାରଣ କାର୍ଯ୍ୟକ୍ରମ ରହିଛି, ସେହିପରି ତା. ୩୧ରିଖ ଦିନ ମନ୍ଦିର ପ୍ରାଙ୍ଗଣ ରେ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ବାବା ଙ୍କର ହରିଦ୍ର ଲେପନ ଓ କନ୍ୟା ଗୃହେ ମାତା ଙ୍କୁ ହରିଦ୍ର ଲେପନ କରାଯାଇ ଶୁଭ ଲଗ୍ନ ରେ ସନ୍ଧ୍ୟା ସମୟରେ ଭବ୍ୟ ଶୋଭାଯାତ୍ରା ରେ କଣ୍ଟାବାନ୍ଧ ସଂଲଗ୍ନ ଶ୍ରୀଶ୍ରୀ ସ୍ଵପ୍ନେଶ୍ଵର ମନ୍ଦିର ରୁ ବାବା ଙ୍କର ଭବ୍ୟ ବରଯାତ୍ରା ମହା ସମାରୋହରେ କନ୍ୟା ମାତା ପିତା ଙ୍କ ଗୃହ ଅଭିମୁଖେ ଯାତ୍ରା କରିବ ଏଣୁ ସମସ୍ତେ ଏହି ଭଵ୍ୟ ବରଯାତ୍ରା ରେ ସାମିଲ ହେବା ପାଇଁ କମିଟି ତରଫରୁ ଭକ୍ତ ମାନଙ୍କୁ ଆଗ୍ରହ କରାଯାଇଛି।

Leave A Reply

Your email address will not be published.