ଲଜ୍ଜା : ମନ୍ଦିର ପ୍ରାଙ୍ଗଣ ବି ନିରାପଦ ନୁହେଁ !!!

2

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ରେ ପୂଜକ ଅଟକ

ଜମନକିରା (ଲିପନ ନାଏକ) ପ୍ରଦୀଦ୍ଧ ଶୈବପୀଠ ମୁକ୍ତେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଶୋଇଥିବା ଜଣେ ନାବାଳିକାଙ୍କୁ ରବିବାର ଅପରାହ୍ନରେ ମନ୍ଦିର ପୂଜକ ଦୁଷ୍କର୍ମ କରିଥିବା ସମ୍ବଲପୁର ଜିଲ୍ଲା ଜମନକିରା ଥାନାରେ ଅଭିଯୋଗ ହୋଇଛି l ନାବାଳିକାଙ୍କ ଅଭିଯୋଗ ଆଧାରରେ ମନ୍ଦିର ପୂଜକ (୩୫) କୁ ପୋଲିସ ଅଟକ ରଖି ପଚରା ଉଚୁରା କରୁଛି l ଅଭିଯୁକ୍ତ ର ଡାକ୍ତରୀମାଇନା, ବୟାନ ରେକର୍ଡ ପରେ ସୋମବାର କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ l ମନ୍ଦିର ପ୍ରାଙ୍ଗଣରେ ନାବାଳିକା ଦୁଷ୍କର୍ମ ହେବା ଭଳି ଘଟଣା ନେଇ ପରିଚାଳନା କମିଟି ତଥା ଟ୍ରଷ୍ଟବୋର୍ଡ କର୍ମକର୍ତ୍ତା କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ l ମନ୍ଦିର ଟ୍ରଷ୍ଟବୋର୍ଡ ର ସ୍ଥାୟୀ ଟ୍ରଷ୍ଟି ପି. ଭି କନ୍ନପା ଙ୍କୁ ପଚାରିବାରୁ ସୋମବାର ମନ୍ଦିର ପ୍ରାଙ୍ଗଣରେ ପରିଚାଳନା କମିଟି ତଥା ଟ୍ରଷ୍ଠାବୋର୍ଡ କର୍ମକର୍ତ୍ତାଙ୍କ ବୈଠକ ବସିବ l ଅଭିଯୁକ୍ତଙ୍କୁ ଗିରଫ କରାଗଲେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ l
ଆସନ୍ତା ୩୧ ତାରିଖରେ ମନ୍ଦିର ପ୍ରାଙ୍ଗଣରେ ହେବାକୁ ଥିବା ମୁକ୍ତେଶ୍ଵର ବାବା ଓ ମାତା ପାର୍ବତୀଙ୍କ ଲୌକିକ ବିବାହ ତଥା ଶୀତଳଷଷ୍ଠୀ ଯାତ୍ରା ପୂର୍ବରୁ ହୋମଯଜ୍ଞ କରି ଶୁଦ୍ଧ କରାଯିବ | ତେବେ ପରିଚାଳନା ଟ୍ରଷ୍ଟବୋର୍ଡ ପକ୍ଷରୁ ଶିବବିବାହ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ମନ୍ଦିରରେ ଏଭଳି ଲଜ୍ଜାଜନକ ଘଟଣାକୁ ବୁଦ୍ଧିଜୀବୀ ମହାଲରେ ନିନ୍ଦା କରାଯାଉଛି l

Leave A Reply

Your email address will not be published.