ପଦ୍ମପୁର:- ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ପାଇକମାଳ ବ୍ଲକ ଝାରବନ୍ଧ ପଞ୍ଚାୟତର ବିଭିନ୍ନ ଗାଁ ଗୁଡ଼ିକର ପରିଦର୍ଶନ କରିଛନ୍ତି | ବିଧାୟିକା ଝାରବନ୍ଧ ପଞ୍ଚାୟତ ଗଞ୍ଜାଡାବର, ମେନକାମୁଣ୍ଡା, ପତ୍ରାଗୁଡ଼ା, ଝାରବନ୍ଧ ଓ ଟେମରିମାଲ ଗାଁକୁ ପରିଦର୍ଶନରେ ଯାଇଥିଲେ। ସେଠାରେ ଗ୍ରାମବାସୀ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଗ୍ରାମବାସୀଙ୍କ ପାଖରେ ବସି ସେ ବିଭିନ୍ନ ସମସ୍ୟା ପଚାରି ବୁଝିଛନ୍ତି । ବିଶେଷ କରି ବୟସ୍କଙ୍କପାଇଁ ନୂତନ ଭତ୍ତା ପ୍ରଦାନ ହେଉନଥିବା , ଆୟୁଷ୍ମାନ ଯୋଜନାରେ ବଞ୍ଚିତ ହେଉଥିବା ହିତାକାରୀ ତଥା ସୁଭଦ୍ରା ଯୋଜନାରେ ବଞ୍ଚିତ ହେଉଥିବା ମହିଳାଙ୍କ ଉପରେ ଆଲୋଚନା କରି ଏ ଦିଗରେ ଦୃଷ୍ଟି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ବିଧାୟିକାଙ୍କ ପରିଦର୍ଶନ ସମୟରେ ରେ ବରିଷ୍ଠ ନେତା ହୃଦାନନ୍ଦ ବାରିକ, ପାକ୍ସ ଅଧ୍ଯକ୍ଷ ବିଜୟ ସ୍ବାଇଁ, ବ୍ଲକ ଉପାଧ୍ଯକ୍ଷ ସଞ୍ଜୀବ ବରିହା, ସମାଜସେବୀ ଗୌତମ ସିଂ ସମେତ ଝାରବନ୍ଧ ଅଞ୍ଚଳର ଦଳୀୟକର୍ମୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.