
ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ସଂସ୍କୃତି ସମ୍ପନ୍ନ ସହର ବେଲଗୁଣ୍ଠା ସହରରେ ଆସନ୍ତାକାଲି ସାବିତ୍ରୀ ବ୍ରତ ଅବସରରେ ବିଭିନ୍ନ ଅନୁଷ୍ଠାନ ତରଫରୁ ମାଁ ବ୍ରାହ୍ମଣ ଦେବୀ ଓ ଖଦାଳ ସାହି ରୁଦ୍ର କାଳୀ ମନ୍ଦିରକୁ ସାବିତ୍ରୀ ଭାର ପ୍ରଦାନ କରାଯାଇଛି । ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଅବସରରେ ସହର ସମ୍ପୁର୍ଣ୍ଣ ଉତ୍ସଵ ମୁଖର ଥିବା ବେଳେ ଆଜିର କାର୍ଯ୍ୟକ୍ରମ ଉତ୍ସବର ଆଧ୍ୟାତ୍ମିକ ମାହୋଲକୁ ଦ୍ୱିଗୁଣିତ କରିଛି ।ଆଜି ସଂଧ୍ୟା ୫ ଟା ବେଳେ ବଣିକ ସଙ୍ଘ ସଭାପତି ଚିନଂ ସନ୍ନତ କୁମାର ସୁବୁଦ୍ଧିଙ୍କ ତରଫରୁ ଖଦାଳ ସାହି ମାଁ ରୁଦ୍ର କାଳୀ ମନ୍ଦିରରେ ସାବିତ୍ରୀ ଭାର ପ୍ରଦାନ କରାଯାଇଛି । ମନ୍ଦିର ପରିଚାଳନା କମିଟି ସଭାପତି ଜିତେନ୍ଦ୍ର ସୁବୁଦ୍ଧି, ଦଣ୍ଡ ଯାତ୍ରା ପରିଚାଳନା କମିଟି ସଭାପତି ଲିଙ୍ଗରାଜ ପାତ୍ର, ସମ୍ପାଦକ ବାଳକୃଷ୍ଣ ପାତ୍ର,ସହ ସମ୍ପାଦକ ତଥା ବଣିକ ସଙ୍ଘ ସଭାପତି ସନ୍ନତ କୁମାର ସୁବୁଦ୍ଧି , ଉପଦେଷ୍ଟା ଭି ଦେବୀ ପ୍ରସାଦ ପାତ୍ର,ଯୁବ ସଙ୍ଗଠକ ତଥା ହାଇକୋର୍ଟ ଆଇନଜୀବୀ ଓଁ ପ୍ରକାଶ ସାହୁ,କାଉନସିଲର ଦିବ୍ୟ ରଞ୍ଜନ ଦାଶ, ଭବାନୀ ପଣ୍ଡା, ସନ୍ତୋଷ କୁମାର ମହାନ୍ତି, ଜଗନ୍ନାଥ ନାଇକ,ସୁରେଶ ଚୌଧୁରୀ,ସୁଶାନ୍ତ କୁମାର ବେହେରା,ପ୍ରେସ୍ କ୍ଳବ୍ ଉପସଭାପତି ପ୍ରଭାତ କୁମାର ସାହୁ,
ପ୍ରମୁଖ ଏକ ଶୋଭାଯାତ୍ରାରେ ବାହାରି ମନ୍ଦିର ରେ ପହଞ୍ଚି ମାଁ ରୁଦ୍ର କାଳୀଙ୍କୁ ଏକ ଆଧ୍ୟାତ୍ମିକ ପରିବେଶରେ ସାବିତ୍ରୀ ଯୋଗାଡ଼ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମରେ ବହୁ ମହିଳା ସାମିଲ୍ ଥିବା ଲକ୍ଷ୍ୟ କରାଯାଇଥିଲା ।
ସେହିଭଳି ୨୦୧୦ ମସିହା ଦଶମ ଶ୍ରେଣୀ ବ୍ୟାଚ୍ ତରଫରୁ ମଧ୍ୟ ସାବିତ୍ରୀ ଭାର ମାଁ ବ୍ରାହ୍ମଣ ଦେବୀଙ୍କ ଅସ୍ଥାୟୀ ପୀଠରେ ଅର୍ପଣ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.