ବାଳ ମୁକୁନ୍ଦ କେନ୍ଦ୍ର ତରଫରୁ ପାରଳା ମହାରାଜ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ତିରୋଧାନ ଦିବସ ପାଳିତ

2

– ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାଳ ମୁକୁନ୍ଦ କେନ୍ଦ୍ର ଉପସ୍ଥାପନା କରିଥିବା କୃପାଳୁ ଶିଶୁ ସାହିତ୍ୟ ଆସରରେ ପାରଳା ମହାରାଜ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ତିରୋଧାନ ଦିବସ ସ୍ଥାନୀୟ ନବଜୀବନ ଟ୍ରଷ୍ଟ (ଅନାଥ ବାଳିକା ଆଶ୍ରମ )ରେ ଥିବା ପାଠାଗାର ଠାରେ ପାଳିତ ହୋଇଛି। ଏଥିରେ ସମସ୍ତ ଅନ୍ତେବାସୀ ଓ କର୍ମଚାରୀ ବୃନ୍ଦ ଏବଂ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।
ପିଲାମାନେ ମହାରାଜଙ୍କ ତ୍ୟାଗମୟ ଜୀବନ ଓ ସ୍ୱତନ୍ତ୍ର ଓଡିଶା ଗଠନ ରେ ତାଙ୍କରି ଭୂମିକା ବିଷୟରେ ଅଧିକ ଜାଣିବା ପାଇଁ ପାଠାଗାରରେ ଥିବା ବହିକୁ ପଢିବା ପାଇଁ ଉତ୍ସାହିତ କରାଯାଇଥିଲା। ବରିଷ୍ଠ ଛାତ୍ରୀ ସୁଶ୍ରୀ ମଧୁସ୍ମିତା ସିଂ ଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଏହିପରି ବାଳ ମୁକୁନ୍ଦ କେନ୍ଦ୍ର ଉପସ୍ଥାପନା କରିଥିବା ବିଭିନ୍ନ ପ୍ରାଥମିକ ସଂସ୍କାର କେନ୍ଦ୍ର ମାନଙ୍କରେ ପାଳନ କରାଯାଉଛି।

Leave A Reply

Your email address will not be published.