ବିଜେପିରେ ଦାୟିତ୍ୱ ବଂଟନ : ଗୋଲକଙ୍କୁ  ଗଣମାଧ୍ୟମ, ଲେଖାଶ୍ରୀଙ୍କୁ ସୋସିଆଲ ମିଡ଼ିଆ 

0

– କେନ୍ଦ୍ରୀୟ ଯୋଜନାର ଲାଭାର୍ଥୀ ସମ୍ପର୍କ ବିଭାଗର ମୁଖ୍ୟ ହେଲେ ଅପରାଜିତା ଷଡ଼ଙ୍ଗୀ

– ଆଇନ ଓ ସୂଚନା ଅଧିକାର ସେବାର ମୁଖ୍ୟ ଭାବେ ପିତାମ୍ବର ଆଚାର୍ଯ୍ୟଙ୍କୁ ଦାୟିତ୍ୱ

ଭୁବନେଶ୍ୱର -ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅନୁମୋଦନ କ୍ରମେ ପାର୍ଟିର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ଅଧିକ ଚଳଚଚଂଳ କରିବା କ୍ରମରେ ଦଳୀୟ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ସେହି ମର୍ମରେ ଦଳୀୟ ଆଭିମୂଖ୍ୟକୁ ଅଧିକ ଲୋକାଭିମୁଖୀକରିବା ନିମନ୍ତେ ଆଇନ ଓ ସୂଚନା ଅଧିକାର ସେବାର ମୁଖ୍ୟ ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ  ଓକିଲ ଶ୍ରୀ ପିତାମ୍ବର ଆଚାର୍ଯ୍ୟଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ସ୍ୱେଚ୍ଛାକୃତ ଅବସରପ୍ରାପ୍ତ ପ୍ରଶାସିକା ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କୁ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ଲାଭାର୍ଥୀ ସମ୍ପର୍କ ବିଭାଗର ମୁଖ୍ୟ ଭାବେ ଘୋଷଣା କରାଯାଇଛି । ସେହିଭଳି ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରାଇବା ପାଇଁ ଯଥାକ୍ରମେ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଓ ରାଜ୍ୟ ସମ୍ପାଦିକା ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବିଭାଗର ମୁଖ୍ୟ ଦାୟିତ୍ୱ ଦିଆଯାଇଛି ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ଜଣାଇଛନ୍ତି ।

 

 

Leave A Reply

Your email address will not be published.