ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଗାଳି ଗୁଲଜ କରିବା ସହିତ ଆକ୍ରମଣ କରିବା ଅଭିଯୋଗରେ ଆଜି ଗାଙ୍ଗପୁର ପୋଲିସ୍ ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି I ଆକ୍ରମଣ ସମ୍ପର୍କରେ ଗାଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି କ୍ଷତ୍ରିୟବରପୁର ଗ୍ରାମର ସନ୍ତୋଷ କୁମାର ସାହୁ I ସନ୍ତୋଷଙ୍କ ଅଭିଯୋଗ ପ୍ରକାରେ ସେ ଏବଂ ତାଙ୍କ ବନ୍ଧୁ ଲୁଣିପଡ଼ା ଗ୍ରାମର ସତ୍ୟଜିତ୍ ପାଣିଗ୍ରାହୀ ମଙ୍ଗଳବାର ରାତି ସାଢେ ଦଶଟା ସମୟରେ ଗାଙ୍ଗପୁରରୁ ଘରକୁ ଫେରୁଥିବା ସମୟରେ କ୍ଷତ୍ରିୟବରପୁର ହାଇସ୍କୁଲ୍ ଛକରେ ରହୁଥିବା ଶିବ ଶଙ୍କର ସେଠୀ ନାମକ ଜଣେ ବ୍ୟକ୍ତି ତା ଘର ସମ୍ମୁଖରେ ସେମାନଙ୍କୁ ଅଟକାଇ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ସେମାନଙ୍କ ଗାଡିକୁ ଭାଙ୍ଗି ଦେଇଥିଲା I ଏହା ସହିତ ଶିବଶଙ୍କର ସତ୍ୟଜିତ୍ ର ବେକକୁ ଚିପି ତାକୁ ଜୀବନରେ ମାରିଦେବାକୁ ଚେଷ୍ଟା କରିଥିଲା I ଏହି ସମୟରେ ସନ୍ତୋଷ ୧୧୨ କୁ ଯୋଗାଯୋଗ କରିବାରୁ ପାଟ୍ରୋଲିଂ ଗାଡ଼ି ପହଞ୍ଚି ଯିବାରୁ ଶିବ ଶଙ୍କର ଘଟଣା ସ୍ଥଳରୁ ପଳାଇ ଯାଇଥିଲା I ସନ୍ତୋଷର ଏତାଲା ପ୍ରକାରେ ଗାଙ୍ଗପୁର ପୋଲିସ୍ 338/25 ରେ ଏକ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତକାରୀ ଅଧିକାରୀ ଏସ୍ଆଇ ଆର୍ତ୍ତତ୍ରାଣ ଦାନୀ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ଅଭିଯୁକ୍ତ ଶିବଶଙ୍କରକୁ ଗିରଫ କରିଥିଲେ I ଆଜି ଶିବଶଙ୍କରକୁ କୋର୍ଟଚାଲାଣ କରାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ପ୍ରକାଶ କରିଛନ୍ତି I
Sign in
Sign in
Recover your password.
A password will be e-mailed to you.