ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗଞ୍ଜେଇ ବେପାର ସମ୍ପର୍କରେ ପୋଲିସ୍ କୁ ସୂଚନା ଦେଉଥିବା ସନ୍ଦେହରେ ଜଣେ ଜଣେ ଯୁବକଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଅଭିଯୁକ୍ତକୁ ଦୁଇ ଯୁବକଙ୍କୁ ଆଜି ଗାଙ୍ଗପୁର ପୋଲିସ୍ କୋର୍ଟଚାଲାଣ କରିଛି I ଆକ୍ରମଣର ଶିକାର ହୋଇ ଥାନାରେ ଅଭିଯୋଗ କରିଥିବା ଯୁବକ ଜଣଙ୍କ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ କ୍ଷତ୍ରିୟବରପୁରର ହାଇସ୍କୁଲ୍ ଛକରେ ରହୁଥିବା ଶିବ ଶଙ୍କର ସେଠୀ I ଶିବଶଙ୍କରଙ୍କ ଅଭିଯୋଗ ପ୍ରକାରେ ମଙ୍ଗଳବାର ରାତି ଦଶଟା ପଞ୍ଚତିରିଶି ସମୟରେ ସେ ଘର ସମ୍ମୁଖରେ ବସିଥିବା ସମୟରେ କ୍ଷତ୍ରିୟବରପୁରର ସନ୍ତୋଷ କୁମାର ସାହୁ ଏବଂ ଲୁଣିପଡ଼ା ଗ୍ରାମର ସତ୍ୟଜିତ୍ ପାଣିଗ୍ରାହୀ ମାରଣାସ୍ତ୍ର ଧରି ଶିବ ଶଙ୍କର ନିକଟରେ ପହଞ୍ଚି ତାକୁ ଅଶ୍ରାବ୍ୟ ଭଷାରେ ଗାଳି ଗୁଲଜ କରିବା ସହିତ ସେମାନଙ୍କ ଗଞ୍ଜେଇ ବେପାର ସମ୍ପର୍କରେ ପୋଲିସ୍ କୁ ସୂଚନା ଦେଉଥିବା କହି ତାକୁ ତଣ୍ଟି ଚିପି ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ I ସେହି ସାମୟରେ ଶିବ ଶଙ୍କରଙ୍କ ସ୍ତ୍ରୀ ଆସି ତାକୁ ରକ୍ଷା କରିବାକୁ ଚେଷ୍ଟା କରିବାରୁ ଅଭିଯୁକ୍ତ ମାନେ ତାଙ୍କୁ ମଧ୍ୟ ଅଶ୍ଳୀଳ ଭାଷାରେ ଗାଳି କରିଥିଲେ I ଏହି ସମୟରେ ସନ୍ତୋଷଙ୍କ ସ୍ତ୍ରୀ ୧୧୨ କୁ ଯୋଗାଯୋଗ କରିବାରୁ ଘଟଣା ସ୍ଥଳରେ ପାଟ୍ରୋଲିଂ ଗାଡ଼ି ପହଞ୍ଚି ଯିବା ଯୋଗୁଁ ଉଭୟ ସନ୍ତୋଷ ଏବଂ ସତ୍ୟଜିତ୍ ଘଟଣା ସ୍ଥଳରୁ ପଳାଇଯାଇଥିଲେ I ଶିବଶଙ୍କରଙ୍କ ଏତାଲା ପ୍ରକାରେ ଗାଙ୍ଗପୁର ଥାନାରେ 339/25 ରେ ଏକ ମାମଲା ରୁଜୁ ହେବା ସହିତ ଘଟଣାର ତଦନ୍ତକାରୀ ଅଧିକାରୀ ଏସ୍ଆଇ ଆର୍ତ୍ତତ୍ରାଣ ଦାନୀ ଘଟଣା ସ୍ଥଳ ପରିଦର୍ଶନ କରିବା ସହିତ ଅଭିଯୁକ୍ତ ସନ୍ତୋଷ ଏବଂ ସତ୍ୟଜିତ୍ କୁ ପୋଲିସ୍ ଗିରଫ କରିଥିଲା I ଉଭୟ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ପ୍ରକାଶ କରିଛନ୍ତି I
Sign in
Sign in
Recover your password.
A password will be e-mailed to you.
Next Post