ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହରରେ ଚାଲିଥିବା ଐତିହାସିକ ଦ୍ଵିବାର୍ଷିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଅବସରରେ ସହରରେ ଦିନ କୁ ଦିନ ଗହଳି ବଢୁଥିବା ବେଳେ ସାହି ସାହି ରେ ଆଲୋକ ସଜ୍ଜାରେ ବେଲଗୁଣ୍ଠା ସହରର ଆଲୋକିତ ହୋଇ ଉଠିଛି । ଏଥି ସହିତ ମୀନା ବଜାର ଖୋଲିବା ଫଳରେ ବିଳମ୍ବିତ ରାତି ପର୍ୟ୍ୟନ୍ତ ଗହଳି ଲାଗି ରହୁଥିବା ଲକ୍ଷ୍ୟ କରାଯାଇଛି । ଗତକାଲି ସନ୍ଧ୍ୟାରେ ୮.୩୦ ରେ ମୀନା ବଜାରକୁ ଅଞ୍ଚଳର ବିଶିଷ୍ଟ ଶିଳ୍ପପତି ବସନ୍ତ କୁମାର ବିଷୋୟୀ ଉଦ୍ଘାଟନ କରି ଶୁଭାରମ୍ଭ କରିଥିଲେ ।ଶ୍ରୀ ବିଷୋୟୀ ଙ୍କ ସମେତ ଯୁବ ସଙ୍ଗଠକ ଜିତେନ୍ଦ୍ର କୁମାର ନାୟକ, ସଙ୍ଗଠକ ଲିଙ୍ଗରାଜ ପାତ୍ର, ସଞ୍ଜୟ ଜେନା,ବେଲଗୁଣ୍ଠା ଥାନା ଏସ୍ ଆଇ ଅଭୟ କୁମାର ପ୍ରଧାନ ଓ ବିଶ୍ୱ ରଞ୍ଜନ ନାୟକ,ବଙ୍କା ସରପଞ୍ଚ ଲକ୍ଷ୍ମଣ ବେହେରା,ବଳରାମ ସ୍ୱାଇଁ,ନୃସିଂହଚରଣ ଗୌଡ, ବଳରାମ ରେଡ୍ଡୀ,ରୁନା ପାତ୍ର,ନୀଲୁ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ନୂତନ ଧରଣର ଖେଳ ସମେତ ରାମ ଦୋଳି,ବ୍ରେକ୍ ଡ୍ୟାନ୍ସ ଓ ଶିଶୁଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ଖେଳର ମଜା ନେଇ ପାରିବେ ବୋଲି ଆୟୋଜକ ଲିଙ୍ଗରାଜ ପାତ୍ର ପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.