ଓଡ଼ଗାଁ,୨୦।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସିର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪ ହଜାର ୭ଶହ ଟଙ୍କା ଜରିମାନା ଅସୁଲ ହେବା ସହିତ ୨କୁଇଁଣ୍ଟାଲ ପଲିଥିନ ଜବତ ହୋଇଥିବା ସୂଚନା ମିଳିଛି । ଅନେକ ବର୍ଷର ବ୍ୟବଧାନରେ ଓଡ଼ଗାଁ ଏନ୍ଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁଃଶାସନ ସ୍ବାଇଁ, କନିଷ୍ଠ ଯନ୍ତ୍ରୀ ସତ୍ୟ ନାରାୟଣ ସାହୁ ଅନ୍ୟ କର୍ମଚାରୀମାନଙ୍କ ସହିତ ମିଶି ଓଡ଼ଗାଁ ଲକ୍ଷ୍ମୀ ବଜାର, ମନ୍ଦିର ରୋଡ଼ ଏବଂ କଦମ୍ବ ବଜାର ସହିତ ଅନ୍ୟ ସ୍ଥାନ ମାନଙ୍କରେ ଥିବା ଦୋକାନ, ଗୋଦାମ ଗୃହ ଇତ୍ୟାଦିରେ ଚଢ଼ାଉ କରିଥିଲେ । ଏବଂ ପୁନର୍ବାର ପଲିଥିନ୍ ବ୍ୟବହାର ଓ ବିକ୍ରୀ ନକରିବା ପାଇଁ ତାଗିଦ୍ କରିଥିଲେ । ଯଦି ପୁନର୍ବାର ଧରାପଡ଼େ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.