ଖପ୍ରାଖୋଲ ରେ ଭାରତୀୟ ସେନାର ମନୋବଳ ବୃଦ୍ଧି ପାଇଁ,ଅପରେସନ ସିନ୍ଦୁର ପରାକ୍ରମ ଶୋଭାଯାତ୍ରା,

3

ପ୍ରଶାସନିକ ଅଧିକାରୀ ସହ ବିଭିନ୍ନ ବର୍ଗର ଲୋକ ସାମିଲ

ଖପ୍ରାଖୋଲ ୨୦/୫(ହେମସାଗର ସାହୁ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ସଦର ମହକୁମାରେ ଭାରତୀୟ ସେନା ର ମନୋବଳ ବୃଦ୍ଧି ଉଦ୍ଦେଶ୍ୟ ରେ ଅପରେସନ ସିନ୍ଦୁର ପରାକ୍ରମ ଶୋଭାଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ଲକ୍ କାର୍ଯ୍ୟାଳୟ ପରିସରରୁ ଶୋଭାଯାତ୍ରା ବାହାରି ଭାରତୀୟ ସେନା ବାହିନୀ ର ସପକ୍ଷରେ ବିଭିନ୍ନ ସ୍ଲୋଗାନ ଦେଇ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପହଞ୍ଚି ଥିଲେ। ଏହି ଅବସରରେ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ,ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଉପ ମୁଖ୍ୟମନ୍ତ୍ରୀ ଙ୍କ ବ୍ଲକ ପ୍ରତିନିଧି ପଦ୍ମ କୁମାର ସିଂ ବରିହା, ସାଂସଦ ଙ୍କ ବ୍ଲକ ପ୍ରତିନିଧି ସନ୍ତୋଷ କୁମାର ଭଇଁସାଲ, ଥାନା ଅଧିକାରୀ ନରେନ୍ଦ୍ର ଛତର, ଅତିରିକ୍ତ ତହସିଲଦାର ସତ୍ୟ ସୁନ୍ଦର ରାଉତରାୟ, ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ପବିତ୍ର ପଟେଲ, ବି ଜେ ପି ନେତା ଉମାକାନ୍ତ ପ୍ରଧାନ, ଉପେନ୍ଦ୍ର ଭୋଇ, ବିକାଶ ବେହେରା, ଅଭୟ ତ୍ରିପାଠୀ,ଜି ପି ଡି ଓ ପରମେଶ୍ବର ନାଏକ, ଓ ଏଲ ଏମ ବିପିମ୍ ପଙ୍କଜିନି ତରାସିଆ, ଅଗ୍ନିଶମ ଅଧିକାରୀ ଜୟ ଗୋପାଳ ପଣ୍ଡା,ରାଜକିଶୋର ନାଏକ, ମନୋଜ ସାହୁ,ସତ୍ୟାନନ୍ଦ ସେନ୍ଦ୍ରିଆ ସମେତ ବିଭିନ୍ନ ସଙ୍ଗଠନ, ସ୍ଵୟଂ ସହାୟକ ଗୋଷ୍ଠୀ,ଅଙ୍ଗନୱାଡ଼ି କର୍ମୀ,ପ୍ରଶାସନିକ ଅଧିକାରୀ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ।

Leave A Reply

Your email address will not be published.