ଓଡ଼ଗାଁ୨୦।୫(ଶ୍ରୀକାନ୍ତ କୁମାର ମିଶ୍ର): ପହଲଗାମ ଆତଙ୍କୀବାଦୀ ଆକ୍ରମଣର ପ୍ରତିବାଦରେ ସମୁଚିତ ଜବାବ ଦେବା ପାଇଁ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୁର ସମସ୍ତ ଭାରତୀୟଙ୍କ ମନରେ ଦେଶ ପ୍ରେମ ଜାଗ୍ରତ କରିଛି । ଫଳ ସ୍ୱରୂପ ସାରା ଦେଶରେ ସୈନିକ ମାନଙ୍କ ମନୋବଳ ବୃଦ୍ଧି କରିବା ଉଦେଶ୍ୟରେ ବିଭିନ୍ନ ସଂଗଠନ ଓ ଅନୁଷ୍ଠାନ ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅବ୍ୟାହତ ରହିଛି । ଏହି କ୍ରମରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ରାଷ୍ଟ୍ରୀୟ ହିନ୍ଦୁ ସେନା ଆନୁକୂଲ୍ୟରେ ଓ ଓଡ଼ଗାଁ ଆଞ୍ଚଳିକ ପୂର୍ବତନ ସୈନିକ ସଂଘ ସଦସ୍ୟଙ୍କ ସହଯୋଗରେ ଏକ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଛି । ସମବେତ ସଦସ୍ୟ, ବୁଦ୍ଧିଜୀବୀ, ପୋଲିସ ଫୋର୍ସଙ୍କ ସହିତ ସ୍ଥାନୀୟ ଏନଏସି ନିର୍ବାହୀ ଅଧିକାରୀ ଦୁଃଶାସନ ସ୍ୱାଇଁ ସ୍ୱତଃ ସାମିଲ ହେବା ସହିତ ଶ୍ରୀରାଘୁନାଥ ମନ୍ଦିର ଠାରୁ ଦଲକ ସ୍ଥିତ ମା ଗୟଳ ସିଂ ମନ୍ଦିର ପର୍ଯ୍ୟନ୍ତ ତ୍ରିରଙ୍ଗା ଯାତ୍ରାରେ ଆସିଥିଲେ । ଶୋଭାଯାତ୍ରାରେ ଭାରତ ମାତା କି ଜୟ, ଜୟ ଜବାନ ଜୟ ହିନ୍ଦୁସ୍ଥାନ ନାରା ଦେଇ ଲୋକଙ୍କ ମନରେ ଭାରତୀୟତା ଓ ଜାତୀୟତା ସହିତ ଭାରତୀୟ ଜବାନଙ୍କ ମନୋବଳ ବୃଦ୍ଧି କରିବାକୁ ଉଦ୍ୟମ କରିଥିଲେ । ଏଥିରେ ରାଷ୍ଟ୍ରୀୟ ହିନ୍ଦୁ ସେନା ଆବାହକ ସୁଶାନ୍ତ କୁମାର ସାହୁ, ଅଚ୍ୟୁତାନନ୍ଦ ପଣ୍ଡା, ବରେନ୍ଦ୍ର କୁମାର ନନ୍ଦ, କାର୍ତ୍ତିକେଶ୍ୱର ପଣ୍ଡା, ଜଗନାଥ ପାଣିଗ୍ରାହୀ, ଆଞ୍ଚଳିକ ପୂର୍ବତନ ସୈନିକ ସଙ୍ଘ ସଭାପତି ସୁବେଦାର ବିଜୟ କୁମାର ଦାଶ, ସମ୍ପାଦକ ଆଦର୍ଶ କୁମାର ପଟ୍ଟନାୟକ, ସହ ସମ୍ପାଦକ କୁବେର ବାରିକ ଓ କୋଷାଧ୍ୟକ୍ଷ୍ୟ କୁବେର ବାରିକଙ୍କ ସମେତ ଶତାଧିକ ସ୍ଥାନୀୟ ବାସିନ୍ଦା ଓ ମହିଳା ମାନେ ଏଥିରେ ସାମିଲ ହୋଇଥିଲେ ।
Sign in
Sign in
Recover your password.
A password will be e-mailed to you.