ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହରରେ ଚାଲିଥିବା ଐତିହାସିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ମହୋତ୍ସବ ଅବସରରେ ସୋମବାର ଦିନ ମାଁ ବ୍ରାହ୍ମଣ ଦେବୀଙ୍କ ନଗର ପରିକ୍ରମା ବେଲଗୁଣ୍ଠା ଅଞ୍ଚଳର ଦଶମ ଶ୍ରେଣୀ ୨୦୦୪ ବ୍ୟାଚ୍ ତରଫରୁ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି ।ସମୟ ଅନୁସାରେ ସକାଳ ୧୦ ଘଟିକା ସମୟରେ ସମସ୍ତ ୨୦୦୪ ଦଶମ ଶ୍ରେଣୀର ସମସ୍ତ ପୁରାତନ ଛାତ୍ର ବେଲଗୁଣ୍ଠା ଲକ୍ଷ୍ମୀ ନୃସିଂହ ପୀଠରେ ଉପସ୍ଥିତ ହୋଇଥିଲେ । ସେଠାରୁ ଯାତ୍ରା କମିଟି,ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ହୋଇ ଏକ ଶୋଭାଯାତ୍ରାରେ ବଡ଼ଦାଣ୍ଡ,ବାଙ୍କ ବଜାର ଦେଇ ମାଁ ବ୍ରାହ୍ମଣ ଦେବୀଙ୍କ ଅସ୍ଥାୟୀ ପୀଠରେ ପହଞ୍ଚି ମାଁ ଙ୍କ ରାତ୍ର ନଗରପରିକ୍ରମା ନିମିତ୍ତ ଆଶିର୍ବାଦ ଭିକ୍ଷା କରି ନିମନ୍ତ୍ରଣ କରିଥିଲେ ।ପରେ ସଂଧ୍ୟାରେ ବିଭିନ୍ନ ପ୍ରକାରର ଆତସବାଜି,କିନ୍ନର ନୃତ୍ୟ,ବାଘ ଷଣ୍ଢ ଆଦି ପଟୁଆରରେ ମାଁ ଙ୍କ ନଗରପରିକ୍ରମା ଆରମ୍ଭ ହୋଇଥିଲା ।ମାଁ ବଡ଼ଦାଣ୍ଡରେ ପହଞ୍ଚିବା ପରେ ବଡ ଦାଣ୍ଡରେ ନୂତନ ଧରଣର ଆତସବାଜି ପ୍ରଦର୍ଶନ ହୋଇଥିଲା ।ସାପ ବାଣ, ଅନ୍ୟାନ୍ୟ ସୁନ୍ଦର ବାଣ ଦେଖିବା ପାଇଁ ବଡଦାଣ୍ଡ ସହସ୍ରାଧିକ ଭକ୍ତଙ୍କ ଭୀଡ ଜମିଥିଲା ।ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଆତସବାଜି ପ୍ରଦର୍ଶନ ଜାରି ରହିଥିଲା ।ପରେ ମାଁ ସବୁଦିନ ପରି ସହର ପରିକ୍ରମା କରି ଭୋର ସମୟରେ ନିଜ ଅସ୍ଥାୟୀ ପୀଠରେ ବିଶ୍ରାମ ନେଇଥିଲେ ।୨୦୦୪ ଦଶମ ଶ୍ରେଣୀ ବ୍ୟାଚର ରାମକୃଷ୍ଣ ମହାପାତ୍ର, ବିଶ୍ୱଜିତ ମହାରଣା, ବଳିଆ ପୃଷ୍ଟି, କୁମୁଦ ପରିଡା, ବଦ୍ରିନାରାୟଣ ପାତ୍ର,ଦିପକ ପ୍ରଧାନ,ଗୌତମ ପାତ୍ର, ଶିବାଶିଷ ସାହୁ, କାହ୍ନୁ ପାତ୍ର,ପବିତ୍ର ପାତ୍ର, ଆଲୋକ ଗୌଡ, ରଞ୍ଜିତ ଗୌଡ,ବିରୁପାକ୍ଷ ପାତ୍ର ପ୍ରମୁଖ ପରିଚାଳନା କରିଥିବା ବେଳେ ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ଛାତ୍ର ଯୋଗ ଦେଇଥିଲେ ।ଏହି ଅବସରରେ ବେଲଗୁଣ୍ଠା ପୋଲିସ ତରଫରୁ ବ୍ଯାପକ ପୋଲିସ ମୂତୟନ ହୋଇଥିବା ବେଳେ ଯାତ୍ରା କମିଟି ସମ୍ପୂର୍ଣ୍ଣ ପରିଚାଳିନା କରୁଛନ୍ତି ।
Sign in
Sign in
Recover your password.
A password will be e-mailed to you.