କେନ୍ଦୁଝର,ତା୧୯/୫- ମାର୍ଚ୍ଚ ମାସରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ବନ ବିଭାଗ ଅସ୍ଥାୟୀ କର୍ମଚାରୀ ଲୋଚନ ମହାନ୍ତ ସ୍ଥାୟୀ ହେବାକୁ ନ୍ୟାୟ ଦାବିକରି ଆମରଣ ଅନଶନ କରିଥିଲେ। ତେବେ କେନ୍ଦୁଝର ଡିଏଫଓ ଏଚଡି ଧନରାଜ ରାଜ୍ୟ ମୁଖ୍ୟ ବନ୍ୟ ସରଂକ୍ଷକଙ୍କୁ ଚିଠି କରିଥିଲେ କି ଲୋଚନ ମହାନ୍ତଙ୍କ ମାମଲା ନେଇ ଆବଶ୍ୟକ ସଂଶୋଧନ କରିବା ପାଇଁ। ଉଲ୍ଲେଖଯୋଗ୍ୟ କି ଲୋଚନ ଅସ୍ଥାୟୀ ବନ କର୍ମଚାରୀ ଭାବେ ସବୁଠାରୁ ବେଶୀ ଦିନ ହେବ କାର୍ଯ୍ୟ କରୁଥିଲେ ମଧ୍ୟ ତାଙ୍କୁ ସ୍ଥାୟୀ କରାନଯାଇ ଅନ୍ୟ ଦୁଇଜଣଙ୍କୁ ସ୍ଥାୟୀ କରାଯାଇଛି। ସେ ଅଭିଯୋଗ କରିଛନ୍ତି ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜାଲ କାଗଜପତ୍ର ବନା ଯାଇ ଏହି ସ୍ଥାୟୀ ନିଯୁକ୍ତି ଲାଗି ସୁପାରିସ କରାଯାଇଛି। ଏହି ଅନ୍ୟାୟର ଶିକାର ଲୋଚନ ହୋଇଛନ୍ତି। ତେଣୁ କେନ୍ଦୁଝର ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ତାଙ୍କ ଲେଖାରେ କିପରି ସ୍ଥାୟୀ ହୋଇଥିବା କର୍ମଚାରୀଙ୍କ ସ୍କୁଲ ସାର୍ଟିଫିକେଟ ଅନୁସାରେ ସ୍କୁଲରେ ବିବରଣୀ ନାହିଁ ପୁଣି ଜଣେ ୫ ବର୍ଷ କାମ କରି ନଥିବା କଥା ସହ ୨ ଜଣ କର୍ମଚାରୀ କାମ ଆରମ୍ଭ ବେଳେ ୧୮ ବର୍ଷ ସାବାଳକ ହୋଇନଥିଲେ ବୋଲି ଦର୍ଶାଇଛନ୍ତି। ଏହି ଚିଠି ଉପରେ ଆଜିଯାଏ ଉଚ୍ଚ କର୍ତ୍ତୃପକ୍ଷ କିଛି ନିଷ୍ପତ୍ତି ନନେବାରୁ ବାଧ୍ୟ ହୋଇ ଲୋଚନ ମହାନ୍ତ କେନ୍ଦୁଝର ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ବାହାରେ ଆମରଣ ଅନଶନରେ ବସିଛନ୍ତି। ଖରାରେ ତାଙ୍କର ସ୍ବାସ୍ଥ୍ୟ କ୍ରମେ ଖରାପ ହେଉଥିବାରୁ ଲୋକେ ଗଭୀର ଚିନ୍ତା ପ୍ରକଟ କରି ତାଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.