ନୂଆପଡ଼ାରେ ଜିଲ୍ଲାରେ ରବି ରୁତୁ ପାଇଁ ସାରାବଙ୍ଗରୁ ଧାନ ସଂଗ୍ରହ ଆରମ୍ଭ

3

ନୂଆପଡ଼ା ଜିଲ୍ଲା ରୁ କଲାମ ମହମ୍ମଦ କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡ଼ା ଜିଲ୍ଲାରେ ରବି ରୁତୁ ପାଇଁ ସାରାବଙ୍ଗ ପ୍ରାଥମିକ ସମବାୟ ସମିତିରୁ ପ୍ରଥମ ଧାନ ସଂଗ୍ରହ ଆରମ୍ଭ ହୋଇଯାଇଛି l ଆଜି ଏଥିପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ଡି ଆର୍ ସି ଏସ୍ ଶିବ ପ୍ରସାଦ ସ୍ୱାଇଁ, ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟ, ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଜିଲ୍ଳା ପରିଷଦ ସଦସ୍ୟ ଉମା ଠାକୁର, ଭରତ ଲାଲ ରାଉତ, ନୂଆପଡ଼ା ବ୍ଲକ ଉପାଧ୍ୟକ୍ଷ ଦିଲ୍ଲୀପ ନିର୍ମଲକର, ମିଶନ ଶକ୍ତି ପରିଚାଳକ ସୁନୀଲ କୁମାର ମଲ୍ଲିକ, ସ୍ଥାନୀୟ ସରପଞ୍ଚ ହୀରା ଦେଇ ପଟେଲ , ସମିତି ସଭ୍ୟ ରୁକ୍ମିଣୀ ସାହୁ, ମିଲର ପ୍ରତିନିଧି, ପ୍ରାଥମିକ ସମବାୟ ସମିତି ସମ୍ପାଦକ ପ୍ରମୁଖ ଯୋଗଦାନ କରିଥିଲେ l

ସୂଚନାଯୋଗ୍ୟ ଯେ ଜିଲ୍ଲାରେ ରବି ରୁତୁରେ 3,89,000 କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି l 41 ଟି ପ୍ରାଥମିକ ସମବାୟ ସମିତି ଓ 6 ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ 24 ଟି ରାଇସ୍ ମିଲ୍ ଦ୍ୱାରା ଏହି ଧାନ କିଣା ଯିବ l କୁଇଣ୍ଟାଲ ପ୍ରତି ସହାୟକ ମୂଲ୍ୟ 2300 ଟଙ୍କା ଥିବାବେଳେ 800 ଟଙ୍କା ରାଜ୍ଯ ସରକାରଙ୍କ ଦ୍ଵାରା ବୋନସ ପ୍ରଦାନ କରାଯିବ l ଚାଷୀ ମାନଙ୍କୁ ଧାନ ବିକ୍ରି ସମ୍ବନ୍ଧୀୟ ସମସ୍ତ ସୂଚନା ପ୍ରଦାନ ସହିତ ସେମାନଙ୍କୁ ସଚେତନ କରିବା ପାଇଁ ସମସ୍ତ 5 ଟି ବ୍ଲକ୍ ରେ 5 ଟି ପ୍ରଚାର ରଥ ବୁଲୁଛି l ବିଗତ ଖରିଫ ରୁତୁ ଭଳି ସୁରୁଖୁରୁରେ ଜିଲ୍ଳାରେ ରବି ଧାନ ସଂଗ୍ରହ କିଭଳି ହୋଇପାରିବ ତା ଉପରେ ଜିଲ୍ଲାପାଳ ଗୁରୁତ୍ଵ ଦେଇଥିଲେ l ଜିଲ୍ଲାରେ ସୂଚାରୁ ରୂପେ ରବି ଧାନ ସଂଗ୍ରହ ପାଇଁ ଜିଲ୍ଲାପାଳ ସମସ୍ତ ଚାଷୀ, ମିଲର ଏବଂ ସମ୍ପୃକ୍ତ ଅଧିକାରୀ ମାନଙ୍କ ସହଯୋଗ କାମନା କରି ଥିଲେl ପ୍ରଥମ ଦିନରେ ସାରାବଙ୍ଗ ରୁ 3 ଜଣ ଚାଷୀଙ୍କ 250.88 କୁଇଣ୍ଟାଲ ଓଜନର 554 ବସ୍ତା ଧାନ କେ ଜି ଏନ୍ ରାଇସ୍ ମିଲ୍ ଉଠାଇଛି l

Leave A Reply

Your email address will not be published.