କେନ୍ଦୁଝର,ତା୧୯/୫- କଂଗ୍ରେସ ହିଁ ଓଡ଼ିଶାର ଭବିଷ୍ୟତ ରାଜନୀତିର କେନ୍ଦ୍ରବିନ୍ଦୁ ହେବ। ଏହି ଦଳ ରାଜ୍ୟରେ ସୁଶାସନ ଦେବ ବିଜେପି ବିଜେଡ଼ି ଭାଗୁଆଳି ଶାସନର ରୂପରେଖ ପର୍ଦ୍ଦାଫାଶ ହୋଇସାରିଛି। ମୋହନ ମାଝୀ ସରକାର ଏକ ଭ୍ରଷ୍ଟ ସରକାର ଲୋକଙ୍କୁ ମିଥ୍ୟା କହି ଠକି ଚାଲିଛି ଏକଥା ଓଡ଼ିଶା ପ୍ରଦେଶ କଂଗ୍ରେସ ଲାଗି ନିଯୁକ୍ତ ସହ ପ୍ରଭାରୀ ଶାହନୱାଜ୍ ଚୌଧୁରୀ କହିଛନ୍ତି। ଏଥି ସହ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ କଂଗ୍ରେସକୁ ମଜଭୁତ କରି ଆଞ୍ଚଳିକ ସମସ୍ୟା ଉପରେ ଫୋକସ କରି ଆନ୍ଦୋଳନ କରାଯିବ। ଅଧିକ କ୍ରିୟାଶୀଳ ଓ ସଂଗଠିତ କରିବା ପାଇଁ ଗ୍ରାମାଞ୍ଚଳରୁ କଂଗ୍ରେସ କର୍ମୀମାନେ ଆଗେଇ ଆସିବା ଉଚିତ ବୋଲି ଅଖିଳ ଭାରତ କଂଗ୍ରେସ କମିଟି ସମ୍ପାଦକ ତଥା ଓଡିଶା ସହ ପ୍ରଭାରୀ ଶାହନୱାଜ ଚୌଧୁରୀ ଆଜି କେନ୍ଦୁଝର କଂଗ୍ରେସ ଭବନ ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ କଂଗ୍ରେସ କର୍ମୀମାନଙ୍କୁ କହିଛନ୍ତି। ଜ଼ିଲ୍ଲା କଂଗ୍ରେସ ସଭାପତି ମୋହନ ଚରଣ ପରିଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପୂର୍ବତନ ରାଜ୍ୟ ମହିଳା କଂଗ୍ରେସ ଉପସଭାନେତ୍ରୀ ସଂଗୀତା ସିଂହ, ପୂର୍ବତନ କେନ୍ଦୁଝର ସାଂସଦ ଯଶୋବନ୍ତ ସିଂହ ଲାଗୁରି, ପୂର୍ବତନ ସାଂସଦ ଶଙ୍କୁନ୍ତଳା ଲାଗୁରି, ପୂର୍ବତନ ସଦର ବିଧାୟକ ସୁବର୍ଣ୍ଣ ନାୟକ, ପୂର୍ବତନ ସାଂସଦ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ, ତେଲକୋଇ ବିଧାୟକ ପ୍ରାର୍ଥୀ ନିର୍ମଳ ନାୟକ, ସଦର ବିଧାୟିକା ପ୍ରାର୍ଥୀ ପ୍ରତିଭା ମଞ୍ଜରୀ ନାୟକ, ବରିଷ୍ଠ କଂଗ୍ରେସ ନେତା ଯଦୁମଣି ବାରିକ, ବସନ୍ତ କୁମାର ଦାସ,ମୋହନ ହେମ୍ବ୍ରମ,ଲଳିତ ମୋହନ ନାୟକ, କୈଳାଶ ବାରିକ, ଲଷ୍ମଣ ଦାଶ, ରତ୍ନାକର ଜେନା, ସୁରଥ କୁମାର ସାହୁ, ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ଜ଼ିଲ୍ଲା କଂଗ୍ରେସ ସେବାଦଳ ଅଧକ୍ଷ ବୀରଭଦ୍ର ମହାନ୍ତ, ଜିଲ୍ଲା କୃଷକ କଂଗ୍ରେସ ଅଧକ୍ଷ ଦିଲ୍ଲୀପ କୁମାର ସାହୁ, ରାଜୀବ ଗାନ୍ଧୀ ପଂଚାୟତ ସଂଗଠନ ଜ଼ିଲ୍ଲା ସଭାପତି ସୁଦର୍ଶନ ପାଇକରାୟ,ଜ଼ିଲ୍ଲା ମିଡ଼ିଆ ଅଧକ୍ଷ ଦିଲ୍ଲୀପ ସାହୁ, ଜ଼ିଲ୍ଲା ସୋସିଆଲ ମିଡ଼ିଆ ଅଧକ୍ଷ ସୁଢଳ କୁମାର ସେଠି, ବ୍ଲକ କଂଗ୍ରେସ ସଭାପତି ହାଡିବନ୍ଧୁ ଖୁଣ୍ଟିଆ, ଶ୍ରୀଧର ଦଳେଇ, କ୍ଷୀରୋଦ ରାଉତ, ମୁକୁନ୍ଦ ମହାନ୍ତ,ଉତ୍ତମ କୁମାର ସାହୁ, ଦିନେଶ ରାଉତ, ସୁବ୍ରତ ପ୍ରଧାନ, ଅମିତ କୁମାର ମହାନ୍ତ, ସୁବ୍ରତ କୁମାର ନାୟକ, ରଂଜିତ କୁମାର ବେହେରା, କଂଗ୍ରେସ ନେତା ସରୋଜ ବଘେଲ ବାବୁ, ରାମଚନ୍ଦ୍ର ମହାରଣା, ଗୋବିନ୍ଦ ମହାନ୍ତ, କୁଞ୍ଜବିହାରୀ ମହାନ୍ତ, ଧନୁର୍ଜୟ ନାଏକ, ଏମଡି ୟସୀମ,ହୃଦୟ ରଞ୍ଜନ ସିଂହ, ଏସ କେ ସିରାଜୁଦ୍ଦିନ, ପୂର୍ଣ୍ଣଚନ୍ଦ୍ର ନାଏକ, ସୁବଳ ରାଉତ, ଚିତ୍ତରଞ୍ଜନ ରାଉତ, ଏହିତ୍ୟ ଦିବ୍ୟ ସିଂହ, ରୂପରଞ୍ଜନ ପଣ୍ଡା, ଯୁବ କଂଗ୍ରେସ ନେତା ଜଗନ ଗିରିପ୍ରିୟା ସାହୁ,ସୁଶୀଲ ଗିରି, କୈଳାଶ ମହାପାତ୍ର, ଅମିତ ରାଉତ, ମନୋଜ ସାହୁ, ସୌମ୍ୟରଞ୍ଜନ ପଲେଇ,ମାନସ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.