୩୦ ଫୁଟ ରାସ୍ତା ତଳକୁ ଗଡ଼ି ପଡ଼ିଲା ୧୦୮ ଆମ୍ବୁଲାନ୍ସ

3

 କେନ୍ଦୁଝର,ତା୧୯/୫- ଆମ୍ବୁଲାନ୍ସ ଗାଡ଼ି ସବୁ ବେଳେ ଠିକ ରହିବା କଥା କାରଣ ଏଥିରେ ରୋଗୀ ଯାଇଥାଆନ୍ତି। ହେଲେ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ କୁଆଝରଣ ଘାଟିରେ ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ୩୦ ଫୁଟ ତଳେ ପଡିଥିବା ଦେଖିବାକୁ ମିଳିଛି। ଭାଗ୍ୟ ଭଲ ଏହି ଗାଡ଼ିରେ ରୋଗୀ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଯାଇ ସାରିଥିବାରୁ ଆମ୍ବୁଲାନ୍ସ କେବଳ ଡ୍ରାଇଭର ହୃଷୀକେଶ ମୋଦି(୪୫) ଓ ଫାର୍ମାସିଷ୍ଟ ଶୁକଦେବ ମହାନ୍ତ(୨୪)ଙ୍କୁ ନେଇ ଫେରୁଥିବାରୁ ସେମାନେ ଆହତ ହୋଇ ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି ହୋଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି।

ଏହି ଘଟଣା ବିଳମ୍ବିତ ରାତିରେ ଘଟିଥିବା ବେଳେ ଗାଡ଼ିର ଷ୍ଟିଅରିଂ ଲକ୍ ହେବାରୁ ଏପରି ଘଟିଲା କୁହାଯାଉଛି। ତେବେ ୧୦୮ ଆମ୍ବୁଲାନ୍ସ ଗାଡ଼ିକୁ ତଦାରଖ କରୁଥିବା କମ୍ପାନୀ ଠିକ୍ ଭାବେ ଦାୟିତ୍ଵ ନିଭାଉ ନଥିବାରୁ ଏପରି ହେଲା ବୋଲି ଆରୋପ ଆସୁଥିବାରୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

Leave A Reply

Your email address will not be published.