ଅଞ୍ଚଳର ବିକାଶଧାରାକୁ ତ୍ୱରାନ୍ୱିତ କରିବା ପାଇଁ ବିଧାୟକଙ୍କ ସହ “ପ୍ରେସକ୍ଲବ”ର ଆଲୋଚନା

3

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଘୁ.ଉଦୟଗିରି ପ୍ରେସ କ୍ଲବ ସଭାପତି ରାମକୃଷ୍ଣ ଚୌଧୁରୀଙ୍କ ସହ ସମ୍ପାଦକ ଅନିଲ କୁମାର ଦଳବେହେରା, ଉପ-ସଭାପତି ପ୍ରସନ୍ନ କୁମାର ମିଶ୍ର, ବରିଷ୍ଠ ସାମ୍ବାଦିକ ପତିତପାବନ ସାହୁ, ଦେବନାଥ ଦଳବେହେରା, ସହ ସମ୍ପାଦକ ସୁଜିତ କୁମାର ସାହୁ, ସାଙ୍ଗଠନିକ ସମ୍ପାଦକ ଗଗନ କୁମାର ପ୍ରଧାନ, ଚିନ୍ମୟ କୁମାର ସେଠୀ ପ୍ରମୁଖ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ଅଞ୍ଚଳର ସାମୁହିକ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା କରିଥିଲେ I “ପ୍ରେସ କ୍ଲବ”ର କାର୍ଯ୍ୟାଳୟ ନିର୍ମାଣ ସହ ସ୍ଥାନୀୟ ଅଞ୍ଚଳ ପାଇଁ ଗମନା ଗମନ, ପାନୀୟ ଜଳ, ଶିକ୍ଷା,ସ୍ୱାସ୍ଥ୍ୟ ଓ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ବିକାଶ ସହ କର୍ମଚାରୀ ଅଭାବରୁ ବହୁଦିନରୁ ବନ୍ଦ ରହିଥିବା ସୂଚନା କେନ୍ଦ୍ରକୁ ପୁନଃକାର୍ଯ୍ୟକ୍ଷମ କରିବା ନିମନ୍ତେ ଅନୁରୋଧ କରିଥିଲେ I ସୂଚନା କେନ୍ଦ୍ରରେ ତାଲା ପଡ଼ିଥିବା ଯୋଗୁଁ ଅଞ୍ଚଳରେ ବିଭିନ୍ନ ରାଷ୍ଟ୍ରୀୟ ସ୍ଵାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ, ଉତ୍କଳ ଦିବସ ଭଳି ବିଭିନ୍ନ ଦିବସ ପାଳନ ବିଷୟରେ ଜନସାଧାରଣ କୌଣସି ସଠିକ ସୂଚନା ପାଇବାରୁ ବଞ୍ଚିତ ରହୁଛନ୍ତି I ପ୍ରେସକ୍ଲବ ସଦସ୍ୟମାନଙ୍କ ସହ ଆଲୋଚନା ପରେ ସମସ୍ୟା ଗୁଡ଼ିକର ଯଥା ଶୀଘ୍ର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସ୍ଥାୟୀ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ I

Leave A Reply

Your email address will not be published.