ଓଡ଼ିଶା ଫୁଟବଲ୍ ସଂଘ ଦ୍ଵାରା ଗ୍ରୀଷ୍ମ କାଳୀନ କୋଚିଂ କେମ୍ପ ଆରମ୍ଭ

3

ନବରଙ୍ଗପୁର 16/05/2025, ଅଶୋକ ସାହୁ, ଶାସକ ପ୍ରଶାସକ: ସ୍ଥାନୀୟ ଷ୍ଟାଡିୟମ୍ ଠାରେ ଓଡିଶା ଫୁଟବଲ୍ ସଂଘ ଓ ନବରଙ୍ଗପୁର ଜିଲ୍ଲା କ୍ରୀଡା ସଂଘର ମିଳିତ ଆନୁକୁଲ୍ୟରେ ନବରଙ୍ଗପୁର ଜିଲ୍ଲାର ଫୁଟବଲ୍ ଖେଳାଳିଙ୍କ ପାଇଁ କୋଚିଂ କେମ୍ପ୍ ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଜିଲ୍ଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ ମୁଖ୍ୟ ଅତଥିଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ  କୋଚିଂ କେମ୍ପ ର ଶୁଭାରମ୍ଭ କରିଥିଲେ। ଏହି କୋଚିଂ କେମ୍ପ ଦ୍ଵାରା  ନବରଙ୍ଗପୁର ଜିଲ୍ଲାର ଫୁଟବଲ୍ ଖେଳାଳୀ ମାନେ ଉପକୃତ ହେବେ ବୋଲି କ୍ରୀଡା ସଂଘର ଉପ ସଭାପତି ଏମ. ବାଲା କୃଷ୍ଣ ରାଓ କହିଛନ୍ତି। କ୍ରୀଡାବିତ୍ ଏବଂ ଖେଳ ପ୍ରେମୀଙ୍କ ପାଇଁ ଏହା ଏକ ଖୁସି ଏବଂ ଗର୍ବର ବିଷୟ ବୋଲି ବରିଷ୍ଠ ଏବଂ ପ୍ରାକ୍ତନ କ୍ରୀଡାବିତ୍ ମାନେ ମତବ୍ୟକ୍ତ କରିଛନ୍ତି। ଏହି କୋଚିଂ କେମ୍ପରେ  ବରିଷ୍ଠ ପ୍ରାକ୍ତନ ଫୁଟବଲ୍ ଖେଳାଳୀ ଦୂର୍ଯ୍ୟ ହରିଜନ, ଫିରଜ୍ ହିଆଲ , ଲାଲୁ ହରିଜନ ଏବଂ ରଇଲା ଭତରା କୋଚ୍ ଭାବରେ ଯୋଗ ଦେଇ କ୍ରୀଡାବିତ୍ ମାନଙ୍କୁ ଫୁଟବଲ୍ ସମ୍ପର୍କିତ  ବିଭିନ୍ନ କୌଶଳ ପ୍ରଶିକ୍ଷଣ ଦେବେ ବୋଲି ସୂଚନା ପ୍ରାପ୍ତ ହୋଇଛି ।

ଏହି  ଦକ୍ଷତା ବିକାଶ ପ୍ରଶିକ୍ଷଣ କେମ୍ପ ରେ ଜିଲ୍ଲାର କୋଣ ଅନୁକୋଣ ପ୍ରାୟ ୪୦ରୁ ଉର୍ଦ୍ଧ  ଖେଳାଳି ମାନେ  ଯୋଗଦେଇଛନ୍ତି ।ସୂଚନା ଯୋଗ୍ୟ ଯେ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଏହି ପ୍ରଶିକ୍ଷଣ ଦିବା ୬ ଘଣ୍ଟା ୩୦ ମିନିଟ ରୁ ୯ ଘଣ୍ଟା ପର୍ଯ୍ୟନ୍ତ  ଅନୁଷ୍ଠିତ  ହୋଉଛି । ଉକ୍ତ ପ୍ରଶିକ୍ଷଣ ଶିବିରରେ  ୮ ବର୍ଷରୁ ୧୫ ବର୍ଷର କମ୍ ଉଭୟ ବାଳକ ଓ ବାଳିକା ବର୍ଗ ର ଖେଳାଳୀ ଅଂଶ ଗ୍ରହଣ କରିଛନ୍ତି ଏବଂ ଏହା ଏକ ମାସ ଧରି ଚାଲିବ ବୋଲି ଜିଲ୍ଲା କ୍ରୀଡା ସଂଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ସଂଘର ବରିଷ୍ଟ ସଦସ୍ୟ ଶଶାଙ୍କ ଶେଖର ବେହେରା ଏବଂ ରମେଶ ସାମନ୍ତରାୟ  ଏହି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି।

Leave A Reply

Your email address will not be published.