ନୂଆପଡ଼ା ସହରର ପ୍ରଥମ ସ୍ଵୟଂ ଚାଳିତ ଟ୍ରାଫିକ୍ ନିୟନ୍ତ୍ରଣ ସିଗ୍ନାଲ ପଏଣ୍ଟ ଏକତା ଛକରେ ଉଦ୍ଘାଟିତ

3

ନୂଆପଡ଼ା ଜିଲ୍ଲା ରୁ କଲିମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୂଆପଡ଼ା ସହରର ବହୁ ପ୍ରତୀକ୍ଷିତ ପ୍ରଥମ ସ୍ଵୟଂ ଚାଳିତ ଟ୍ରାଫିକ୍ ନିୟନ୍ତ୍ରଣ ସିଗ୍ନାଲ ପଏଣ୍ଟ ଏକତା ଛକରେ ଉଦ୍ଘାଟିତ ହୋଇଯାଇଛି l ଏହି ସମାରୋହରେ ମାନ୍ୟବର ବିଧାୟକ ନୂଆପଡ଼ା ଶ୍ରୀଯୁକ୍ତ ରାଜେନ୍ଦ୍ର ଢୋଲକିଆ, ଜିଲ୍ଲାପାଳ ମଧୁସୂଦନ ଦାଶ, ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଜି ଆର୍ ରାଘବେନ୍ଦ୍ର, ବିଜ୍ଞାପିତ ଅଞ୍ଚଳ ପରିଷଦ ନୂଆପଡ଼ା ଅଧ୍ୟକ୍ଷ ମହମ୍ମଦ ଆଦମ ଖାନ୍, ଜିଲ୍ଳା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝୀ, ଟ୍ରେଡ଼ ୟୁନିଅନ୍ ପ୍ରେସିଡେଣ୍ଟ ସରୋଜ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ l ପ୍ରଥମେ ଅତିଥିଗଣ ନୂଆପଡ଼ା ଜିଲ୍ଲାର ବରପୁତ୍ର ସ୍ଵର୍ଗତ ଘାସିରାମ ମାଝୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ଯ ଅର୍ପଣ ପୂର୍ବକ ସେମାନଙ୍କ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ଏହାପରେ ଫିତାକାଟି ଏହି ସ୍ଵୟଂ ଚାଳିତ ଟ୍ରାଫିକ୍ ନିୟନ୍ତ୍ରଣ ସିଗ୍ନାଲ ପଏଣ୍ଟକୁ ଉଦ୍ଘାଟନ କରିଥିଲେ l ସୂଚନାଯୋଗ୍ଯ ଯେ ନୂଆପଡ଼ା ସହରର ଏହି ବ୍ୟସ୍ତ ବହୁଳ ଏକତା ଛକରେ ଏହାର ଆବଶ୍ୟକତା ବହୁ ଦିନରୁ ଅନୁଭୂତ ହେଉଥିଲା l ଜିଲ୍ଲାର ସଡକ ସୁରକ୍ଷା ବୈଠକରେ ଜିଲ୍ଲାପାଳ ଓ ଏସ୍ ପି ବାରମ୍ବାର ଏହା ଉପରେ ଗୁରୁତ୍ଵ ଦେଉଥିଲେ l ବିଜ୍ଞାପିତ ଅଞ୍ଚଳ ପରିଷଦ ନୂଆପଡ଼ା ଦ୍ଵାରା ଏହି ସ୍ଵୟଂ ଚାଳିତ ଟ୍ରାଫିକ୍ ନିୟନ୍ତ୍ରଣ ସିଗ୍ନାଲ ପଏଣ୍ଟ ସ୍ଥାପିତ ହୋଇଛି l ଏହା
କାର୍ଯ୍ୟକ୍ଷମ ହେବା ଦ୍ଵାରା ଏକତା ଛକରେ ସୁବିଧାରେ ଯାନ ବାହନ ଚଳାଚଳ ହେବା ସହିତ ପଥାଚାରୀଙ୍କ ଧନ ଜୀବନ ସୁରକ୍ଷିତ ରହିବ ବୋଲି ଜିଲ୍ଲାପାଳ ଆଶା ବ୍ୟକ୍ତ କରିଛନ୍ତି l ଆଜିର ଏହି କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଞ୍ଚଳ ପରିଷଦ ନୂଆପଡ଼ା କାର୍ଯ୍ୟନିର୍ବାହୀ ଅଧିକାରୀ କୁରୁକ୍ଷେତ୍ର ନାୟକ, ସମସ୍ତ କାଉନ୍ସିଲର, ସହରର ଗନ୍ୟମାନ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ l

Leave A Reply

Your email address will not be published.