ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ ହୋଇଯାଇଛି l
ଉକ୍ତ ଦିବସରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନି ମାଝୀ , ଶ୍ରୀ ଶଙ୍କର କେରକେଟା , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି,ଡ଼. ମାୟାଧର ସାହୁ , ଜିଲ୍ଲା ଶିକ୍ଷା ଅଧିକାରୀ ଗଜପତି, ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ , ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇ ବିଶ୍ୱ ରେଡକ୍ରସ୍ ଦିବସ ଉପରେ ଆଲୋଚନା କରିଥିଲେ।
ପ୍ରତିବର୍ଷ ପରି ମେ ୮ ତାରିଖରେ ପାଳନ କରାଯାଉଥିବା ବିଶ୍ୱ ରେଡକ୍ରସ୍ ଦିବସ ପାଳିତ ହେଉଛି। ଆଜି ଆମେ ସମସ୍ତେ ଏକତ୍ରିତ ହୋଇ ଜେନ୍ ହେନରୀ ଡୁନଣ୍ଟଙ୍କ ପାଇଁ ସେ କେତେ ଯେ ମହାନ , କଳ୍ପନା କରିହେବନାହିଁ। ମାନବିକତା ଜୀବନ ଉପରେ ଚିନ୍ତା କରୁଥିଲେ , ଲୋକଙ୍କ ସାହାଯ୍ୟ ଓ ସହଯୋଗ ସମଗ୍ର ବିଶ୍ୱରେ ସବୁ ପ୍ରକାର ଲୋକଙ୍କୁ ଜଡିତ ହୋଇ ରହୁଥିଲେ। ବିଶ୍ୱ ଶାନ୍ତି ପାଇଁ ରେଡକ୍ରସ କାମ କରି ଆସୁଛି ବୋଲି ସମସ୍ତ ଅତିଥି ମାନେ କହିଥିଲେ।
ଜିଲ୍ଲାପାଳ କହିଥିଲେ ଯେ ପୃଥିବୀର କୋଣ ଅଣୁକୋଣରେ ରେଡକ୍ରସ କାମ କରୁଛି ଏବଂ ଜଣେ ଜଣକୁ ପ୍ରତି ଆଦର ଓ ସାହାଯ୍ୟ କରିବାର ମନବୃତ୍ତି ରହିବା ଉଚିତ୍। ଅସୁବିଧା ଲୋକମାନଙ୍କୁ ଆମେ ସାହାଯ୍ୟ କରିବା ଉଚିତ୍ , ସମସ୍ତେ ଏକତା ହୋଇ କାମ କଲେ ଆମେ ବହୁତ ଲୋକଙ୍କୁ ସାହାଯ୍ୟ କରିବା ସହ ବହୁତ ଜଣଙ୍କ ଜୀବନ ବଞ୍ଚେଇ ପାରିବା ବୋଲି କହିଥିଲେ l ଏହି ଦିବସ ଅବସରରେ ସକାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଏକ ରେଡ୍କ୍ରସ୍ ପଦଯାତ୍ରା ବାହାରି ସହର ପରିକ୍ରମା କରାଯାଇଥିଲା। ଏଥିରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀ , ଛାତ୍ର ଛାତ୍ରୀ ପ୍ରମୁଖ ସାମିଲ ହୋଇଥିଲେ। ଏହି ପଦ ଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମାଝୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ପରେ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ରକ୍ତ ଭଣ୍ଡାର ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ସେହିପରି ଜିଲ୍ଲାରେ ରେଡକ୍ରସ୍ ବିଭାଗକୁ ସର୍ବାଧିକ ଆୟ ଯୋଗାଇଥିବା ଅଧିକାରୀ ଓ ବ୍ୟକ୍ତି ବିଶେଷଙ୍କୁ ଓ ୩୨୫ ଜଣ ଲାଇଫ ମେମ୍ବର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହମ୍ମଦ ମୁବାରକ୍ ଅଲ୍ଲୀ , ଶ୍ରୀ ସୁରେଶ କୁମାର ପଟ୍ଟନାୟକ , ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ଗଜପତି , ଶ୍ରୀ ପ୍ରସନ୍ନ କୁମାର ଦାସ , ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଗଜପତି ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ , ସମସ୍ତ ଡେପୁଟି କଲେକ୍ଟର , ଶିକ୍ଷକ ଶିକ୍ଷୟତ୍ରୀ , ସାମ୍ବାଦିକ ଗଣ ସମେତ ସମସ୍ତ ଲାଇଫ ମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post