ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ସମାରୋହ ଆଜି (ବୁଧବାର) ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ରୁପେଶ କୁମାର ପାଣିଗ୍ରାହୀ , ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଶ୍ରୀଯୁକ୍ତ ଜି.ତିରୁପତି ରାଓ , ସଭାପତି , ଜିଲ୍ଲାପରିଷଦ ଗଜପତି , ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା , ଆରକ୍ଷୀ ଅଧିକ୍ଷକ ଗଜପତି , ଶ୍ରୀ କେ.ନାଗାରାଜୁ , ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି , ଶ୍ରୀ ଶଙ୍କର କେରକେଟା , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି , ଶ୍ରୀ ଅଂଶୁମାନ ମହାପାତ୍ର , ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି , ଡ଼. ମାୟାଧର ସ୍ବାଇଁ , ଜିଲ୍ଲା ଶିକ୍ଷା ଅଧିକାରୀ ଗଜପତି , ଶ୍ରୀମତୀ ନିର୍ମଳା ସେଠୀ , ଅଧ୍ୟକ୍ଷା , ପୌରପରିଷଦ , ପାରଳାଖେମୁଣ୍ଡି , ଶ୍ରୀ ସଲମାନ ରାଇକା , ଜିଲ୍ଲା ମଙ୍ଗଳ ଅଧିକାରୀ ଗଜପତି , ଶ୍ରୀ ଏସ୍. ଗିରିଧର , ଅତିରିକ୍ତ ଜିଲ୍ଲା ଶିକ୍ଷଧିକାରୀ ଗଜପତି ପ୍ରମୁଖ ମଞ୍ଚାସୀନ ଥିଲେ।
ସମସ୍ତ ଅତିଥି ଗଣ ଯୋଗ ଦେଇ ନିଜ ନିଜ ଅଭିଭାଷଣ ରେ ଛାତ୍ରଛାତ୍ରୀଙ୍କୁ କହିଥିଲେ ଯେ ଭବିଷ୍ୟତରେ ଭଲ ପାଠ ପଢି ଭଲ ମଣିଷ ହେବା ପାଇଁ କହିଥିଲେ ଏହା ସହିତ ଆଗକୁ ଶିକ୍ଷାର ବିକାଶ କିଭଳି ହେବ ସେ ଦିଗ ଉପରେ କହିଛନ୍ତି।
ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଲ୍ଲାରେ ଦଶମ ଶ୍ରେଣୀ ବାର୍ଷିକ ହାଇସ୍କୁଲ ସାର୍ଟଫିକେଟ ପରୀକ୍ଷା-୨୦୨୫ରେ A1 ଗ୍ରେଡ଼୍ ହାସଲ କରିଥିବା ୧୫ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ସେହିପରି ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନକୁ ମଧ୍ଯ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଏ.ରବି କୁମାର , ଜିଲ୍ଲା ଶାରିରୀକ କ୍ରୀଡ଼ା ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ସମେତ ବିଭିନ୍ନ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ , ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.