ସୁବର୍ଣ୍ଣପୁର,ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ ) ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଲରିଆବାହାଲ ଗ୍ରାମ ଠାରେ ୦୭.୫.୨୦୨୪ଠାରୁ ତା୧୦.୦୫.୨୦୨୪ରିଖ ପର୍ଯ୍ୟନ୍ତ ଚବିଶ ପ୍ରହରୀ ଅଖଣ୍ଡ ନାମଯଜ୍ଞାତ୍ସବ ମହାସମାରୋହରେ ଅନୁଷ୍ଠିତ ହେବ। ବୁଧବାର ପୂର୍ବାହ୍ନ ଶୁଭ ଲଗ୍ନରେ ଗ୍ରାମର ସେମଲୀ ପୋଖରୀ ରୁ ଗ୍ରାମର ଶତାଧିକ ମହିଳାମାନେ କଳସୀରେ ପାଣି ନେଇ ଏକ ବର୍ଣ୍ଣାଢ଼ୀ ପରିବେଶ ତଥା ସଂକୀର୍ତ୍ତନ୍ୟ ଦଳ ସହଯୋଗରେ କଳସ ଶୋଭାଯାତ୍ରାରେ ଆସିବା ପରେ ପୂଜା ସ୍ଥାନରେ ସ୍ଥାପନ କରାଯାଇଥିଲା। ପୂଜା ଅର୍ଚ୍ଚନା କରିବା ପରେ ମହାମତ୍ନର ନାମ ଧରିଥିଲେ।କର୍ତ୍ତା ଭାବେ ଗୌନ୍ତିଆ ଚିତ୍ତରଞ୍ଜନ ବାରିକ ଓ ତାଙ୍କର ସହ ପତ୍ନୀ ଦାୟିତ୍ଵ ନିର୍ବାହ କରିଥିଲେ।ପୂଜକ ଭାବେ ପ୍ରଫୁଲ୍ଲ ଦାସ ଓ ସହଯୋଗୀ ଗଣ ରୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ। ଗମ୍ଭାରୀ ପାଲି,ସର୍ଗଗୁଲ, ଛଞ୍ଚାନୀ ଗ୍ରାମର ସଂକୀର୍ତ୍ତନ୍ୟ ଦଳ ମହାମନ୍ତ୍ର ଜପ ପରିବେଷଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.