ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଘୁମୁସର ଅଞ୍ଚଳରେ କୋଡ଼ିଏ ହଜାର ପାଞ୍ଚ ଶହ ଏକର ଗୋଚର ଜମି ଥାଇ ମଧ୍ଯ ଘୁମୁସରୀ ଗୋପାଳକ କୁ , ଗାଈ ଗୋରୁଙ୍କ ଚାରଣ ପାଇଁ ଜମି ମିଳୁ ନାହିଁ । ଏହି ପରିପ୍ରେକ୍ଷୀରେ ଉକ୍ତ ଜମି ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ କବଜା ରେ ଅଛିତ, ଆଉ କିଛି ଗୋଚର ଭୂମିରେ ପୂର୍ବତନ ସରକାର ପାର୍କ, ବ୍ୟାୟାମ ଶାଳା ,ଅଗଂନାବାଡି କେନ୍ଦ୍ର, ମିଶନ ଶକ୍ତି ଗୃହ, ପୋଖରୀ ଖନନ,ପୋଲିସ ବାଟାଲିୟନ, ସରକାରୀ କ୍ୱାଟର ,ଗ୍ରାମ୍ୟ ରାସ୍ତା ଓ ବନ ବିଭାଗ ନର୍ଶରି ଓ ବନୀକରଣ କରିବା ଦ୍ଵାର ଚାରଣ ଜମିର ଘୋର ଅଭାବ ପରିଲକ୍ଷିତ ହୋଇଯାଇଛି । ଏହାରି ଉପରେ “ଘୁମୁସରୀ ଗୋପାଳ ସମିତି” ଭଂଜନଗର ଗସ୍ତ ବେଳେ ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଙ୍କୁ ଗୋଚର ଜବରଦଖଲ ମୁକ୍ତ କରିବା ପାଇଁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ।ଯାହାକୁ ସେ ଗୁରୁତ୍ଵ ଭାବି ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ନିମିତ୍ତ ଜିଲ୍ଲାପାଳଙ୍କୁ ପତ୍ର ସଂଖ୍ୟା ୨୫୮୨ ଆଦେଶ ଦେଇଥିଲେ । କିନ୍ତୁ କାର୍ଯ୍ୟକାରୀ ନହେବIରୁ ଏ ବିଷୟରେ ଉକ୍ତ ସମିତିର ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ଜିଲ୍ଲାପାଳ ଅଭିଯୋଗରେ ଦ୍ୱାରସ୍ଥ ହୋଇ ଶୀଘ୍ର ଗୋଚର ଚିହ୍ନଟ କରି ଫଳକ ଲଗାଓ ,ଗୋପାଳ ମାନେ ଚାରଣ ଭୂମିରେ ଗାଈ ଗୋରୁଙ୍କୁ ଚଳାଇ ପାରିବେ ବୋଲି ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଯାହାକୁ ଗଞ୍ଜାମ ଜିଲ୍ଲାପାଳ ଜ୍ୟୋତିଷଙ୍କର ପରିଡା ସମିତିକୁ ଚିଠି ମାଧ୍ୟମରେ ଗୋଚର ଜମିର ତଥ୍ୟ ମାଗିବା ଓ ଯଥା ଶୀଘ୍ର ବିହୀତ ପଦକ୍ଷେପ ପାଇଁ ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କୁ ନିର୍ଦେଷ ଦେଇଛନ୍ତି । ଏବଂ ସମିତିର ଅଭିଯୋଗ ଅନୁସାରେ ଅଞ୍ଚଳରେ ଗୋଚାଲାଣ ସଂପୂର୍ଣ୍ଣ ବନ୍ଦ ପାଇଁ ଆରକ୍ଷୀ ଅଧିକ୍ଷକ ପୁଲିସ ପ୍ରଶାସନ ଜିଲ୍ଲାର ବିଭିନ୍ନ ଥାନାରରେ ସ୍କାଡ଼ ଗଠନ କରାଯିବ ସହିତ ପୁଲିସ ଗୋ ତସ୍କରିଙ୍କୁ ଗିରଫ ଜୋରଦାର କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳ ଉଭୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି I
Sign in
Sign in
Recover your password.
A password will be e-mailed to you.