ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ ): ଓଡ଼ିଆ ଭାଷା ଓ ଲିପିର ସମୃଦ୍ଧି ତଥା ପ୍ରଶାସନିକ ସ୍ତରରେ ଓଡ଼ିଆ ଭାଷାର ବ୍ୟବହାରିକ କାର୍ଯ୍ୟ ସମ୍ପାଦନକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଓଡ଼ିଆ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ କାର୍ଯ୍ୟାଳୟର ପ୍ରଶାସନିକ କର୍ମଚାରୀଙ୍କ ମଧ୍ୟରେ “ସମାଜ ବିକାଶରେ ଆମ ଭାଷା ସଂସ୍କୃତିର ଭୂମିକା” ଶୀର୍ଷକରେ ପ୍ରବନ୍ଧ ଲିଖନ ଏବଂ “ପ୍ରଶାସନିକ ବିଧି ବ୍ୟବସ୍ଥାରେ ଓଡ଼ିଆ ଭାଷାର ଗୁରୁତ୍ୱ” କୁ ନେଇ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି । ସହକାରୀ ଜିଲ୍ଲାପାଳ ଜ୍ୟୋତିର୍ମୟୀ ମଲ୍ଲିକଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସୃଜନାତ୍ମକ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ଓ ଡେପୁଟି ଜିଲ୍ଲାପାଳ ଯଶସ୍ୱୀନି ପୋଥାଲ ଅତିଥି ଭାବେ ଯୋଗଦେଇ ପ୍ରଶାସନିକ କାର୍ଯ୍ୟରେ ଓଡ଼ିଆ ଭାଷାର ପ୍ରଚଳନ ସମାଜ ବିକାଶରେ ଗୁରୁତ୍ୱ ରଖେ ବୋଲି କହିବା ସହ ଓଡ଼ିଆ ଲିପି ଓ ଭାଷାର ବ୍ୟବହାର୍ଯ୍ୟ ଦିଗ ପ୍ରତି ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଓଡ଼ିଆ ଅସ୍ମିତାର ପ୍ରାଚୁର୍ଯ୍ୟକୁ ବଜାୟ ରଖିବାକୁ ସମୂହ ସଂକଳ୍ପ ନିଆଯାଇଥିଲା ।
Sign in
Sign in
Recover your password.
A password will be e-mailed to you.