“କିଛି ଲୋକ ବରପୁତ୍ର ମାନଙ୍କ ତ୍ୟାଗ ଓ ଅବଦାନ କୁ ନ୍ୟୁନ କରିବାକୁ ଚାହୁଁଛନ୍ତି, ଇତିହାସ ବଦଲେଇ ବାକୁ ଉଦ୍ୟମ କରୁଛନ୍ତି .”

4

ସେଥିରେ ସମୟ ନଷ୍ଟ ନ କରି ବିକାଶ ଇତିହାସ ରେ ନୂଆ ଅଧ୍ୟାୟ ଯୋଡ଼ିଲେ ଓଡିଶା ର ମଙ୍ଗଳ ହେବ-ନବୀନ ପଟନାୟକ

ଶଙ୍ଖ ଭବନ ରେ ବିଜୁ ବାବୁଙ୍କ ଶ୍ରାଦ୍ଧ ସଭା.:ଦେଶର ପଞ୍ଚାୟତ ବ୍ୟବସ୍ଥା କୁ ଶକ୍ତିଶାଳୀ କରିବା ଓ ମହିଳା ସଶକ୍ତିକରଣ ହେଉଛି ଭାରତୀୟ ରାଜିନୀତି କୁ ବିଜୁ ବାବୁଙ୍କ ଶ୍ରେଷ୍ଠ ଅବଦାନ .

ଭୁବନେଶ୍ୱର ୧୭/୪/୨୫: ଶଙ୍ଖ ଭବନ ଠାରେ ମହାନ ଜନନାୟକ ବିଜୁ ପଟନାୟକ ଙ୍କ ୨୮ ତମ ଶ୍ରାଦ୍ଧ ଦିବସ ଭାବ ଗମ୍ଭୀର ପରିବେଶ ରେ ପାଳିତ ହୋଇଯାଇଛି..

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ଉଦବୋଧନ ଦେଇ ବିଜେଡି ସଭାପତି ଶ୍ରୀ ନବୀନ ପଟନାୟକ ସ୍ବର୍ଗତ ବିଜୁ ବାବୁ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ବିଜୁ ବାବୁ ଜଣେ ଓଡ଼ିଆ ଭାବରେ ସବୁବେଳେ ଗର୍ବ କରୁଥିଲେ.ଓଡିଶା କୁ ଶ୍ରେଷ୍ଠ ରାଜ୍ୟ ରେ ପରିଣତ କରିବା ତାଙ୍କର ଲକ୍ଷ୍ୟ ଥିଲା.ବିଜୁ ବାବୁଙ୍କ ସ୍ବପ୍ନ କୁ ସାକାର କରିବା ପାଇଁ ବିଜେଡି ସରକାର ଅନେକ ପଦକ୍ଷେପ ନେଇଥିଲା.ଏହି ସମୟ ମଧ୍ୟରେ ବହୁତ ଭଲ କାମ ହୋଇଥିଲା ,ଯେଉଁଥିପାଇଁ ଓଡିଶା କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତର ରେ ଅନେକ ସ୍ୱୀକୃତି ମଧ୍ୟ ମିଳିଥିଲା.
ବିଜୁ ବାବୁଙ୍କ ସ୍ମୃତି
ଚାରଣ କରି ଶ୍ରୀ ପଟନାୟକ କହିଥିଲେ ଯେ ଦେଶର ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା କୁ ଶକ୍ତିଶାଳୀ କରିବା ଓ ମହିଳା ସଶକ୍ତିକରଣ ହେଉଛି ଭାରତୀୟ ରାଜନୀତି କୁ ବିଜୁ ବାବୁଙ୍କ ଶ୍ରେଷ୍ଠ ଅବଦାନ.ବିଜୁ ବାବୁ ଙ୍କ ଅବଦାନ କୁ କେହି ଭୁଲି ପାରିବେ ନାହିଁ ବୋଲି ଶ୍ରୀ ପଟନାୟକ କହିଥିଲେ.

ବରପୁତ୍ର ମାନଙ୍କ ତ୍ୟାଗ ଓ ଅବଦାନ କୁ ନ୍ୟୁନ କରିବା ପାଇଁ ବର୍ତ୍ତମାନ କିଛି ଲୋକ ଯେଭଳି ଉଦ୍ୟମ କରୁଛନ୍ତି ଏବଂ ଇତିହାସ ବଦଳେଇବାକୁ ଚେଷ୍ଟା କରୁଛନ୍ତି ସେଥିରେ କ୍ଷୋଭ ପ୍ରକାଶ କରି ଶ୍ରୀ ପଟନାୟକ କହିଥିଲେ ଯେ ଇତିହାସ ହେଉଛି ଗୋଟିଏ ନିର୍ଦିଷ୍ଟ କାଳଖଣ୍ଡ ରେ ଗୋଟିଏ ଜାତିର ସାମୁହିକ ଅନୁଭବ ର ପରିପ୍ରକାଶ .
ଏହାକୁ କେହି ବଦଳେଇ ପାରିବେ ନାହିଁ ବୋଲି ସେ ମତବ୍ୟକ୍ତ କରିଥିଲେ
ତେଣୁ ଏଥିରେ ସମୟ ନଷ୍ଟ ନ କରି ବିକାଶ ଇତିହାସ ରେ ନୂଆ ଅଧ୍ୟାୟ ଯୋଡି ପାରିଲେ ରାଜ୍ୟ ର ମଙ୍ଗଳ ହେବ ବୋଲି ଶ୍ରୀ ପଟନାୟକ କହିଥିଲେ..
ବିଧାୟକ ସୁଶାନ୍ତ ରାଉତ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ବରିଷ୍ଠ ନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ,ଶ୍ରୀ ସଞ୍ଜୟ ଦାସ ଵର୍ମା ଶ୍ରୀ ଅଶୋକ ପଣ୍ଡା.ଶ୍ରୀ ଅମର ପଟନାୟକ,ବିଧାୟକ ଅନନ୍ତ ନାରାୟଣ ଜେନା, ଶ୍ରୀ ମନ୍ମଥ ରାଉତରାୟ ଭୁବନେଶ୍ୱର ମେୟର ସୁଲୋଚନା ଦାସ ପ୍ରମୁଖ ଉଦବୋଧନ ଦେଇ ବିଜୁ ବାବୁଙ୍କୁ ଶ୍ରଦ୍ଧା ନିବେଦନ କରିଥିଲେ.ବରିଷ୍ଠ ନେତା ଶ୍ରୀ ଦେବୀପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଧନ୍ୟବାଦ ଅର୍ପଣ କରିଥିଲେ..
ଏହି ଅବସରରେ ଶଙ୍ଖ ଭବନ ରେ ବିଜୁ ଛାତ୍ର ଜନତା ପକ୍ଷରୁ ଆୟୋଜିତ ରକ୍ତ ଦାନ ଶିବିର କୁ ଯାଇ ଶ୍ରୀ ପଟନାୟକ ପିଲା ମାନଙ୍କୁ ଉତ୍ସାହିତ କରିଥିଲେ

ସକାଳେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ବିଜୁ ପଟନାୟକ ପାର୍କ କୁ ଯାଇ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ.

Leave A Reply

Your email address will not be published.