ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ, ୧୫ ଦିନ ମହଲତ ଦେଲା ବନ ବିଭାଗ ।

3

ଅସ୍ତରଙ୍ଗ/ଦୁଃଶାସନ ନାୟକ: ଓଡ଼ିଶାର ପର୍ଯ୍ୟଟନ ମାନ ଚିତ୍ରରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିବା ପୁରୀ ଜିଲ୍ଲାର ଅସ୍ତରଙ୍ଗର ପିର ବେଳାଭୂମି ର ଉନ୍ନତି କରଣ ପାଇଁ ଖର୍ଚ୍ଚ ହେବାକୁ ଥିବା ୧ କୋଟି ୫ ଲକ୍ଷ୍ୟ ଟଙ୍କାର ଉନ୍ନତି କରଣ କାର୍ଯ୍ୟ ରେ ବାଧକ ସାଜିଛି ବେଆଇନ ଜବର ଦଖଲ । ସେହି ଜବର ଦାଖଲ କାରୀଙ୍କୁ ସେଠାରୁ ଉଠାଇ ବନ ବିଭାଗ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ବାରମ୍ବାର ଅନୁରୋଧ ସହ ଲିଖିତ ଆଦେଶ ନାମା ଦେଇ,ଚଳିତ ମାସ ୧୬ ତାରିଖ କୁ ତାର ଶେଷ ସମୟ ଧାର୍ଯ୍ୟ କରି ଥିଲେ ବି
କେହି ନ ଉଠିବାରୁ ପୂର୍ବ ପ୍ରସ୍ତୁତି ଅନୁଯାଇ ଏସିଏଫ,ଅଶୋକ କୁମାର ବେହେରା,ଅସ୍ତରଙ୍ଗ ର ଅତିରିକ୍ତ ତହସିଦାର ପ୍ରଭୁ ପ୍ରସାଦ ପଣ୍ଡା,ଥାନା ଆଇ ଆଇ ସି,ରାଜେଶ କୁମାର ବଳିଆର ସିଂ, ଅସ୍ତରଙ୍ଗ ରେଞ୍ଜର ମୋନାଲିସା ମହାପାତ୍ର, ବିଦୁତ୍ ବିଭାଗ ର କର୍ମଚାରୀ ପ୍ରମୁଖ ଙ୍କ ସହ ଚାରି ପ୍ଲାଟୁନ ଫୋର୍ସ, ବନ ବିଭାଗ ଫ୍ଲାଇଙ୍ଗ ଦଳ ,ପ୍ରମୁଖ ବେ ଆଇନ ଭାବେ ଅବସ୍ଥାପିତ ହୋଇଥିବା ଜବର ଦଖଲ କାରିଙ୍କୁ ଜେସିବି ସାହାଯ୍ୟରେ ଉଚ୍ଛେଦ ଲାଗି ପ୍ରସ୍ତୁତ ଥିଲେ । ହେଲେ,ବହୁ ଆଲୋଚନା ପର୍ଯ୍ୟଲୋଚନା ପରେ ସରପଞ୍ଚ କ୍ଷୀରୋଦ କଣ୍ଡି,ଙ୍କ ସମେତ କେତେକ ସ୍ଥିନୀୟ ବୁଦ୍ଧିଜୀବୀ ଙ୍କ ଉପସ୍ଥିତ ଥିବା ସରକାର ଙ୍କ ପଦସ୍ଥ ଅଧିକାରୀ ଙ୍କ ସଙ୍ଗେ ଆଲୋଚନା ପରେ, ଆଜ ଦିନ ଅର୍ଥାତ୍ ଚଳିତ ମାସ ୧୬ ତାରିଖ ଠାରୁ ପନ୍ଦର ଦିନ ଭିତରେ ଜବର ଦଖଲ କାରୀ ଉଠିବେ ବୋଲି ୨୨ ଗୋଟି ଦୋକାନୀ ୨୨ ଟି ଲିଖିତ ନାମା ଦେବା ପରେ ଉଚ୍ଛେଦ ଅଭିଯାନ ବନ୍ଦ ରହିଥିଲା । ଯଦି ପନ୍ଦର ଦିନ ଭିତରେ ଜବର ଦଖଲ କାରୀ ନ ଉଠନ୍ତି ତାହାଲେ, ବନ ବିଭାଗ କିଛି ନ ଶୁଣି ,ସେହି ସ୍ଥାନକୁ ଉଚ୍ଛେଦ କରି ଦେଳାଭୂମି ର ପାରି ପାର୍ଷିକ ଉନ୍ନତି କରିବ ବୋଲି ଅଧିକାରୀ ଗଣ ଘୋଷଣା କରି ଥିଲେ । ଅପର ପକ୍ଷରେ ଝାଉଁ ଜଙ୍ଗଲ ଭିତରେ କେତେକ ଯୁବକ ଏକ ବେ ଆଇନ ମଠ କରି ବିଭିନ୍ନ ମାଦକ ଦ୍ରବ୍ୟ ସେବନ ସହ ଆଶାଧୁ ଉପାୟ ଅବଲମ୍ବନ କରୁ ଥିବାର ଅଭିଯୋଗ ମିଳିବାରୁ ସେହି ମଠ କୁ ବନ ବିଭାଗ ଉଚ୍ଛେଦ କରିବା ପାଇଁ ନିଷ୍ପତି ନେବା ପରେ,ଅସ୍ତରଙ୍ଗ ଆଇ ଆଇ ସି ରାଜେଶ କୁମାର ବଳିଆର ସିଂ ସେହି ସ୍ଥାନକୁ ଯିବା ଓ,ନିଶା ଦ୍ରବ୍ୟ ସେବନ ରେ ବ୍ୟବହୃତ କେତେକ ସାମଗ୍ରୀ ଜବତ କରିଥିବାର ଜଣା ପଡିଥିଲା । ପାଞ୍ଚ ଦିନ ଭିତରେ ଜଙ୍ଗଲ ଜମିରେ ବେ ଆଇନ ବିଦୂତ୍ ସଂଯୋଗ କଟା ଯିବା ପାଇଁ ନିଷ୍ପତି ନିଆଜାଇ ଥିଲା ଓ ଏହି ସବୁ କାର୍ଯ୍ୟକ୍ରମ ରେ କୋଣାର୍କ ର ଅତିରିକ୍ତ ରେଞ୍ଜର,ସୁଦର୍ଶନ ଦେହୁରୀ,ବାଲୁଖଣ୍ଡ ର ଅତିରିକ୍ତ ରେଞ୍ଜର ପ୍ରଦୀପ୍ତ କୁମାର ମହାନ୍ତି,ଫରେଷ୍ଟର କାଳୀଚରଣ ମହାନ୍ତି,ମାନସ କୁମାର ବେହେରା, ଅସ୍ତରଙ୍ଗ ଥାନା ଏ ଏସ ଆଇ,ପ୍ରଶାନ୍ତ କୁମାର ବିଶ୍ବାଳ, ହାବିଲଦାର ସଞ୍ଜୟ କୁମାର ମହାନ୍ତି,ଙ୍କ ସମେତ୧୦୦ ଉର୍ଦ୍ଧ ଖାକୀ ପୋଷାକ ଧାରୀ ଉପସ୍ଥିତ ରହିଥିବା ବେଳେ,ପ୍ରାରମ୍ଭିକ ପର୍ଯ୍ୟାୟରେ ବେ ଆଇନ ନିଶା ଯୁକ୍ତ ମଠର କେତେକ ସ୍ଥାନକୁ ଉଚ୍ଛେଦ କରା ଯାଇଥିଲା ।

Leave A Reply

Your email address will not be published.