ସାହିତ୍ୟ ପତ୍ରିକା ” ଅବସର” ବିଂଶତମ ରାଜ୍ୟ ସ୍ତରୀୟ ବିଷୁବ ମିଳନ ପାଳନ ।

3

ବାସୁଦେବପୁର :ଓଡିଶା ର ପ୍ରତିଷ୍ଠିତ ସାହିତ୍ୟ ପତ୍ରିକା ଅବସର ଆନୁକୂଲ୍ୟ ରେ ରାଜ୍ୟସ୍ତରୀୟ ବିଂଶତମ ବିଷୁବ ମିଳନ ଉତ୍ସବ ଓ ସାରସ୍ୱତ ସଭା ଭଦ୍ରକ ଜିଲ୍ଲା ବାସୁଦେବପୁର ଅଟଳବିହାରୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅବସର’ ସାହିତ୍ୟ ଅନୁଷ୍ଠାନ ର ଆବାହକ ପାର୍ଥ ସାରଥୀ ବାରିକ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଏହି ବିଷୁବ ମିଳନ ସମାରୋହ କୁ ବିଧାୟକ ଅଶୋକ କୁମାର ଦାସ ଉଦଘାଟନ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଶିକ୍ଷାବିତ ଅଭିମନ୍ୟୁ ବେହେରା। ବିଶିଷ୍ଟ ଗାଳ୍ପିକ ରଜନୀକାନ୍ତ ମହାନ୍ତି ସମାରୋହ ର ଉଦ୍ଦେଶ୍ୟ ସମ୍ପର୍କ ରେ ବାର୍ତ୍ତା ରଖିଥିବା ବେଳେ ମୁଖ୍ୟ ବକ୍ତା ପ୍ରାବନ୍ଧିକ ଡ଼ଃ ଅଭୟ କୁମାର ଦାସ ଓ ସମ୍ମାନିତ ବକ୍ତା ବିଶିଷ୍ଟ ସ୍ତମ୍ଭକାର ଓ ସମାଲୋଚକ ଡ଼ଃ ବିଶ୍ୱରଂଜନ ଦାସ।ଏହି ଅବସରରେ ଡ଼ଃ ବିଶ୍ୱରଂଜନ ଦାସ ଙ୍କୁ ସାରସ୍ୱତ ପ୍ରତିଭା ସମ୍ମାନ, ପ୍ରାବନ୍ଧିକ ବାସୁଦେବ ବାରିକ ଙ୍କୁ ଅବସର ପ୍ରବନ୍ଧ ସମ୍ମାନ, ଶିକ୍ଷାବିତ ରବିନାରାୟଣ ସେନାପତି ଙ୍କୁ “ବନମାଳୀ ବାରିକ ” ସ୍ମୃତି ସମ୍ମାନ ତଥା ଯୁବ ଗାଳ୍ପିକ ସଞ୍ଜୟ ପଣ୍ଡା ଙ୍କୁ ଯୁବ ପ୍ରତିଭା ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଭୋଜନ ଓ ବିଷୁବ ପଣା ର ବିରତି ପରେ ବିଷୁବ କବିତା ଆସର ରେ ଝୁମି ଉଠିଥିଲା ବିଷୁବ ମିଳନ ର ଦ୍ୱିତୀୟ ଅଧିବେଶନ।

ସମସ୍ତ ଆମନ୍ତ୍ରିତ ଅତିଥି ମାନେ ଉକ୍ତ ଅବସର ସାହିତ୍ୟ ପତ୍ରିକା ର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।

Leave A Reply

Your email address will not be published.