ଜଗତସିଂହପୁର,ତା-୧୫.୦୪.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଳକ ଖଇରଙ୍ଗ ପଞ୍ଚାୟତ ନୂଆପାଟଣା ଗ୍ରାମର ଜଣେ ୧୧ ବର୍ଷୀୟ ନାବାଳକଙ୍କ ଅକାଳ ମୃତ୍ୟୁ ଘଟିଛି। ଘର ପାଖ ପୋଖରୀରେ ବୁଡ଼ିଯିବାରୁ ନାବାଳକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ତୁରନ୍ତ ତାଙ୍କୁ ଜଗତସିଂହପୁର ଡାକ୍ତରଖାନାକୁ ଅଣାଯାଇଥିଲା। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜଗତସିଂହପୁର ଥାନାର ସୂଚନା ମୁତାବକ, ଆଜି ଅପରାହ୍ନରେ ନୂଆପାଟଣା ଗ୍ରାମର ପ୍ରଶାନ୍ତ କୁମାର ସାହୁଙ୍କ ପୁଅ ସାଇରାମ ସାହୁ(୧୧) ହୋମ ପାଉଁଶ ପକାଇବାକୁ ପାଖ ପୋଖରୀକୁ ଯାଇଥିଲେ। ଘର ଲୋକଙ୍କ ମନା କରିବା ସତ୍ତ୍ୱେ ଜିଦ୍ କରି ପାଉଁଶ ପକାଇବାକୁ ବାହାରି ପଡ଼ିଥିଲେ। ଅସାବଧାନତାବଶତଃ ସେ ପୋଖରୀରେ ବୁଡ଼ି ଯାଇଥିଲେ। ଅପରାହ୍ନ ସମୟ ହୋଇଥିବାରୁ ସମ୍ଭବତଃ କେହି ଦେଖିପାରି ନଥିଲେ। ସାଇରାମଙ୍କ ଆକସ୍ମିକ ମୃତ୍ୟୁରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
Sign in
Sign in
Recover your password.
A password will be e-mailed to you.