ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ି ଯାଇଛି, ମହିଳାଙ୍କ ପ୍ରତି ଦୁଷ୍କର୍ମ, ଅତ୍ୟାଚାର ଭଳି ଶିଶୁ ନିଖୋଜ ଆଦି ସହିତ ଗ୍ୟାସ ଦର ବୃଦ୍ଧିକୁ ନେଇ ପ୍ରତିବାଦରେ ଆଜି ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ କଂଗ୍ରେସ କମିଟି ପକ୍ଷରୁ ରାମ ମନ୍ଦିର ରୁ କଂଗ୍ରେସ ଦଳର ମଶାଲ ଶୋଭାଯାତ୍ରା କରାଯାଇଇଥିଲା l ଡୁଙ୍ଗୁରିପାଲି ବ୍ଲକ କଂଗ୍ରେସ ସଭାପତି ଚିତ୍ତରଞ୍ଜନ ମିଶ୍ର ଙ୍କ ନେତୃତ୍ୱରେ ଶତାଧିକ କର୍ମୀ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇ ହାତରେ ମଶାଲ ଧରି ସହର ପରିକ୍ରମା କରିବା ସହ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଲେ ସଚେତନତା ମଶାଲ ଶୋଭାଯାତ୍ରା l ବିଜେପି ସରକାର ଦେଇଥିବା ପ୍ରତିଶ୍ରୁତି ୩00 ୟୁନିଟ୍ ବିଜୁଲି ଛାଡ, ବୃଦ୍ଧ ବୃଦ୍ଧl ଙ୍କୁ ଭତ୍ତା ବୃଦ୍ଧି କୁଆଡ଼େ ଗଲା ଏହା ସହିତ ଗ୍ୟାସ ଦର ବୃଦ୍ଧି ଭଳି କ୍ଷେତ୍ରରେ ବିଜେପି ସରକାର ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛି ତେଣୁ ଏହି ସବୁ ଉପରେ ନିୟନ୍ତ୍ରଣ ନ କଲେ ଆଗକୁ ଆହୁରି ଜୋର୍ ଦାର୍ ଆନ୍ଦୋଳନ କରି ବିଜେପି କୁ ଗାଦି ରୁ ହଟାଇବେ ବୋଲି କଂଗ୍ରେସ ଚେତାବନୀ ଦେଇଛି। ଏଥିରେ ବରିଷ୍ଠ କଂଗ୍ରେସ କର୍ମୀ ଭୀଷ୍ମ ଦେବ ମଲ୍ଲିକ, ସୁରୁବାବୁ ନନ୍ଦ, ବାଲକୃଷ୍ଣ ଦଣ୍ଡସେନା, ପ୍ରକାଶ ହାତୀ, ବନମାଳୀ ପୋଢ଼, ସୁନୀଲ ସାହୁ, ବୀରେନ୍ଦ୍ର ଯୁଆଡ଼ି,ତ୍ରିବେଦୀ, ପୀତବାଶ ଦଣ୍ଡସେନା,ନବୀନ ଭୋଇଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ସାମିଲ ହେଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post