ବିଜେପୁର ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବ୍ଲକ ଶିକ୍ଷାଧିକାରୀଙ୍କୁ ଦାବି ପତ୍ର ପ୍ରଦାନ

3

 ବିଜେପୁର :-ଆଜି ବିଜେପୁର ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫ ରୁ ବିଜେପୁର ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ Unified Automation System (UAS) portal ବର୍ଜନ ସମ୍ପର୍କ ରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି l ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକୀୟ ଭିତ୍ତିଭୂମିର ଅଭାବ, ଉପାନ୍ତ ଅଞ୍ଚଳରେ ମୋବାଇଲ ନେଟୱର୍କ, ଇଣ୍ଟରନେଟ ସମସ୍ୟା ସହ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଅନାବଶ୍ୟକ କାର୍ଯ୍ୟଭାର ଦେଇ ଶିକ୍ଷାଦାନ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହେବା ଭଳି ଏକ ପୋର୍ଟାଲ ଲାଗୁ କରାଯାଇଥିବାରୁ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି l ଏହାକୁ ଶିକ୍ଷକ ସମାଜ ତୀବ୍ର ବିରୋଧ କରୁଛି lଦାବିପତ୍ର ପ୍ରଦାନ ସମୟରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସନ୍ତୋଷ ବାଗ, ସମ୍ପାଦକ ସୌମ୍ୟ ରଞ୍ଜନ ପଧାନ, ସହ ସମ୍ପାଦକ ରାଜେଶ ସାହୁ, କୋଷାଧ୍ୟକ୍ଷ ଶଶିଭୂଷଣ ସାହୁ ଙ୍କ ସମେତ ଶତାଧୂକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ l ଏହାକୁ ପ୍ରତ୍ୟାହୃତ ନ କଲେ ଆଗାମୀଦିନରେ ଏହାର ବିରୋଧରେ ସଂଘ ତରଫରୁ ଆନ୍ଦୋଳନ ର ପନ୍ଥା ଗ୍ରହଣ କରିବାକୁ ସ୍ଥିର କରାଯାଇଛି l

Leave A Reply

Your email address will not be published.