ତରାସିଙ୍ଗା ଗ୍ରାମରେ ପଞ୍ଚାୟତ ସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳନ।

3

ତରାସିଙ୍ଗା: ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ବଲାଙ୍ଗୀର ଜିଲ୍ଲା ଟିିଟିଲାଗଡ ବ୍ଲକ୍ ଅଧୀନସ୍ଥ ବିଜେପୁର ଗ୍ରାମପଞ୍ଚାୟତ ର ତରାସୀଙ୍ଗା ଗ୍ରାମରେ ପଞ୍ଚାୟତ ସ୍ତରୀୟ ୧୩୪ ତମ ଡ଼ ବି ଆର୍ ଆମ୍ବେଦକର ଜୟନ୍ତୀ ପାଳନ ହୋଇ ଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଗଣ୍ଡପତ୍ରାପlଳି ପଞ୍ଚାୟତ ର ସରପଞ୍ଚ ତଥା ଅଭିନେତା ମନିଶ ସୁନା ଯୋଗ ଦେଇ ଥିଲେ। ସମ୍ମାନିତ ଅତିଥି ଭାବରେ ଜୟକୃଷ୍ଣ ଝାଙ୍କର ବରିଷ୍ଠ ଶିକ୍ଷକ,ଗଜପତି କାଳସାଏ ସଭାପତି ଆମ ଆଦମୀ ପାର୍ଟି ଟିଟିଲାଗଡ,ଉପସଭାପତି ସୁରେଶ ମହାନନ୍ଦ, ଆଇନଜୀବୀ ଦେବେନ୍ଦ୍ର ଭତ୍ରା, ବିଜେପୁର ଗଣ୍ଡା ସମାଜ ର ସଭାପତି ସୁବାସ ମହାନନ୍ଦ ସମ୍ପାଦକ ଭୀଷ୍ମ ସାଗର, ପ୍ରଧାନ ଶିକ୍ଷକ ଭୂପେନ୍ଦ୍ର ସାଗର, ସହ ଶିକ୍ଷକ ସୁରେନ୍ଦ୍ର ବିଭାର,ସମାଜସେବୀ ଘନଶ୍ୟାମ ମହାନନ୍ଦ ଯୋଗ ଦେଇ ଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ଶିକ୍ଷକ ହରିଶଙ୍କର ନାଗ।ଆଜିକାର ସଭାରେ ହଜାର ହଜାର ଲୋକ ଶୋଭାଯାତ୍ରା ରେ ବାହାରି ଗ୍ରାମ ପରିକ୍ରମା କରି ବାବା ସାହେବ ଆମ୍ବେଦକର ଙ୍କ ଜନ୍ମ ଜୟନ୍ତି ପାଳନ କରିଥିଲେ।ନିମନ୍ତ୍ରିତ ଅତିଥି ଗଣ ବାବା ସାହେବ ଆମ୍ବେଦକର ଙ୍କ ମଣିଷ ସମାଜ ପାଇଁ ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ।ପଞ୍ଚାୟତ ସ୍ତରରେ ସମାଜ ସେବାରେ ନିଜକୁ ଉତ୍ସର୍ଗ କରୁଥିବା ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କୁ ପୁରସ୍କୃତ କରାଯାଇଥିଲା। ମଧ୍ୟାହ୍ନ ଭୋଜନ ପରେ ଶିଶୁ କଳାକାର ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।

Leave A Reply

Your email address will not be published.