ପଦ୍ମପୁର :- ପାଇକମାଲ ନୃସିଂହନାଥ ମନ୍ଦିର ସଭାଗୃହରେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟି ତଥା ଅତିରିକ୍ତ ବିଡ଼ିଓ ଦେବାଶିଷ ସିହ୍ନା ଙ୍କ ସଭାପତିତ୍ୱରେ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋସବ ବୈଶାଖ ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ତା:୦୭.୦୫.୨୫ ରୁ ତା. ୧୨.୦୫.୨୫ ରିଖ ପର୍ଯ୍ୟନ୍ତ ମହାସମାରୋହ ରେ ପାଳନ କରିବା ନିମନ୍ତେ ଆଜିର ପ୍ରସ୍ତୁତି ବୈଠକ ରେ ଉପଜିଲ୍ଲାପାଳ ଅରୁଗୁଳା ସ୍ନେହା, ବିଧାୟିକା ବର୍ଷା ସିଂ ବରିହା, ସଂସାଦ ପ୍ରତିନିଧି ସରୋଜ ସାମଲ, ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ବ୍ଲକ ଅଧ୍ୟକ୍ଷା ଭାବନା ସିଂ, ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ସିଂ ବରିହା, ନୃସିଂହନାଥ ଟ୍ରଷ୍ଟ ବୋର୍ଡ ର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ପ୍ରମୁଖ ମଂଚାସୀନ ଥିଲେ l ଲକ୍ଷ ଲକ୍ଷ ଲୋକଙ୍କ ସମାଗମ କୁ ଦୃଷ୍ଟି ରେ ରଖି ପାନୀୟ ଜଳ ସୁବିଧା, ସ୍ୱଚ୍ଛତା, ମେଡିକାଲ ସେବା, ବିଦ୍ୟୁତ ସେବା, ଟ୍ରାଫିକ ବ୍ୟବସ୍ଥା, ପୋଲିସ ସହାୟତା ତଥା ଅନ୍ୟାନ୍ୟ ଅନୁସଙ୍ଗିକ ବ୍ୟବସ୍ଥା ବିଷୟରେ ଆଲୋଚନା ହୋଇଥିଲା l ଏହି ଅବସରରେ ପରିଚାଳନା କମିଟି ଗଠନ ହୋଇଥିଲା l ଏହି ବୈଠକ ଉପଖଣ୍ଡ ସୂଚନା ଲୋକ ସମ୍ପକ ଅଧିକାରୀ ପଦ୍ମପୁର, ଶ୍ରୀ ମହେନ୍ଦ୍ର ସାହୁ ଓ ବିଭିନ୍ନ ସରକାରୀ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିବା ବେଳେ ଝାରବନ୍ଧ, ପାଇକମାଳ, ପଦ୍ମପୁର ର ବୁଦ୍ଧିଜୀବୀ ସଚେତନ ନାଗରିକ ଉପସ୍ଥିତ ଥିଲେ l ପଦ୍ମପୁର ଉପଖଣ୍ଡ ର ଝାରବନ୍ଧ, ପାଇକମାଳ, ପଦ୍ମପୁର ର ସମସ୍ତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.