ନବରଙ୍ଗପୁର : 15/04/2025,ଅଶୋକ ସାହୁ, ଶାସକ ପ୍ରଶାସକ,ଓଡିଶା ଜୀବିକା ମିଶନ ଶକ୍ତି ଇ ସି ସଂଘ ନବରଙ୍ଗପୁର ବ୍ଲକ ତରଫରୁ ନବରଙ୍ଗପୁର ବସଷ୍ଟାଣ୍ଡ ଠାରୁ ବାହାରି ବ୍ଳକ ଅଫିସ ରେ ପହଞ୍ଚି ଥିଲେ ନବରଙ୍ଗପୁର ବିଡ଼ିଓ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଭୁବନେଶ୍ୱର ଓ ମାନନୀୟ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଙ୍କୁ ୭ ଦଫା ଦାବୀ ପତ୍ର ପ୍ରଦାନ କରାଗଲା। ଏଥିରେ ଭାରତୀୟ ମଜଦୁର ସଂଘ ଜିଲ୍ଲା ଉପଦେଷ୍ଟା ପରମେଶ୍ବର ବିଷୋୟୀ ଭାରତୀୟ ମଜଦୁର ସଂଘ ଜିଲ୍ଲା ସମ୍ପାଦକ ବିଷ୍ଣୁ ପ୍ରସାଦ ବିଷୋୟୀ,ଓଡିଶା ଜୀବିକା ମିଶନ ଶକ୍ତି ଇ.ସି ସଂଘ, ନବରଙ୍ଗପୁର ଜିଲ୍ଲା ସମ୍ପାଦିକା ପ୍ରମିଳା ସାମନ୍ତରାୟ ମାନେ ପରିଚାଳନା କରିଉଦବୋଧନ ଦେଇଥିଲେ। ଓଡିଶା ଜୀବିକା ମିଶନଶକ୍ତି ଇ.ସି ମାନଙ୍କୁ ସରକାରୀ କର୍ମଚାରୀ ରୁପେ ଘୋଷଣାକରାଯାଉ।(୨) ଓଡିଶା ଜୀବିକା ମିଶନ ଶକ୍ତି ଇ.ସି ମାନଙ୍କୁ ସରକାରଙ୍କ ଦୈନିକ ମଜୁରୀ ହାରରେ ବେତନଦିଆଯାଉ।(୩) ଓଡିଶା ଜୀବିକା ମିଶନ ଶକ୍ତି ଇ.ସି ମାନଙ୍କୁ ଯେ ଯେଉଁ ପଦବୀରେ ଅଛନ୍ତି ତାଙ୍କୁ ସ୍ଥାୟୀକରାଯାଉ।(୪) ଓଡିଶା ଜୀବିକା ମିଶନ ଶକ୍ତି ଇ.ସି ମାନଙ୍କୁ କାର୍ଯ୍ୟରତ ସମୟରେ ଦୁର୍ଘଟଣା ଜନୀତ ମୃତ୍ୟୁ ହେଲେ ଦଶଲକ୍ଷ ଟଙ୍କା ଓ ସ୍ଵାଭାବିକ ମୃତ୍ୟୁ ହେଲେ ପାଞ୍ଚ ଲକ୍ଷ ଟଙ୍କା ଦିଆଯାଉ।(୫) ଓଡିଶା ଜୀବିକା ମିଶନ ଶକ୍ତି ଇ.ସି ମାନଙ୍କୁ୬୦ ବର୍ଷରେ ଅବସର ନେଲେ ଅବସର କାଳୀନ ସହାୟତା ରାଶି ପାଞ୍ଚ ଲକ୍ଷ ଟଙ୍କା ଓ ମାସିକ ପେନସନ ପାଞ୍ଚ ହଜାରଟଙ୍କା ଦିଆଯା ଉ।(୬) ଓଡିଶା ଜୀବିକା ମିଶନ ଶକ୍ତି ଇ.ସି ମାନଙ୍କୁ ବୀମା, ଇ.ଏସ.ଆଇ, ପ୍ରଭିଡେଣ୍ଟ ଫଣ୍ଡଲାଗୁ କରାଯାଉ।(୭) ଓଡିଶା ଜୀବିକା ମିଶନ ଶକ୍ତି ଇ.ସି ମାନଙ୍କୁ ପ୍ରତ୍ୟେକ ମାସରେ ୫ ରୁ ୧୦ ତାରିଖ ମଧ୍ୟରେସେମାନଙ୍କ ବେତନ ଦେବାର ବ୍ୟବସ୍ଥା କରାଯାଉ l ଏଥିରେ ପ୍ରାୟ 60 ଜଣ ଇ ସି ସଭ୍ୟ ମାନେ ଉପସ୍ଥିତ ରହିଥିଲେ l
Sign in
Sign in
Recover your password.
A password will be e-mailed to you.