ପାଟଣାଗଡରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତି ପୋଡ଼ି

3

ପାଟଣାଗଡ: ଶାସକ ପ୍ରଶାସକ (ଘନଶ୍ୟାମ ନାଗ)ବଲାଙ୍ଗିର ଜିଲ୍ଲା ପାଟଣାଗଡ ସହରର ବ୍ରହ୍ମପୁରା ଛକରେ ସ୍ଥାପିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତି କୁ କିଛି ଅସାମାଜିକ, ଅନୈତିକ , ବିକୃତ , ମାନସିକଗ୍ରସ୍ଥ ଥିବା ବ୍ୟକ୍ତି ଦ୍ଵାରା ନିଆଁ ଲଗାଇ ହୁ ହୁ କରି ଜାଳି ଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଏକ ଗଭୀର ଦୁଃଖ ଓ ନିନ୍ଦନୀୟ କାର୍ଯ୍ୟ ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି l
ସୂଚନା ମୁତାବକ ବିଗତ ଦୁଇ ବର୍ଷ ତଳେ ସ୍ଥାନୀୟ ପୂର୍ବତନ ବିଜେଡି ବିଧାୟକ ଶ୍ରୀଯୁକ୍ତ ସରୋଜ କୁମାର ମେହେରଙ୍କ ନେତୃତ୍ୱରେ ବ୍ରହ୍ମପୁରା ଛକରେ ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତି ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ କିନ୍ତୁ କିଛି ହିନ୍ଦୁ ସଙ୍ଗଠନ ଓ ବ୍ରାହ୍ମଣ ସମାଜର ଭଗବାନ ପର୍ଶୁରାମ ଙ୍କ ମୂର୍ତ୍ତି ସ୍ଥାପନ କରିବେ ବୋଲି ବିରୋଧ ପ୍ରଦର୍ଶନ କରିଥିଲେ ତେଣୁ ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତି ସ୍ଥାପନା କାର୍ଯ୍ୟଟି ସ୍ଥାୟୀ ସମାଧାନର ଅପେକ୍ଷା ରେ ସ୍ଥଗିତ ହୋଇ ରହିଥିଲା ଏବଂ ସ୍ଥାନୀୟ NAC ପକ୍ଷରୁ ଜରି ଘୋଡାଇ ମୂର୍ତ୍ତି କୁ ରଖା ଯାଇଥିଲା କିନ୍ତୁ ଆଜି ସକାଳ ସମୟରେ କେହି ଜଣେ ଦୃର୍ବୁତ୍ତ ସେହି ମୂର୍ତ୍ତି କୁ ନିଆଁ ଲଗାଇ ପୋଡ଼ି ଦେଇଥିଲା। ଏ ଘଟଣା ପଛରେ କିଏ ବା କେଉଁ ସଙ୍ଗଠନ ର ସଂପୃକ୍ତି ରହିଛି? ନା ଏହା ଏକ ରାଜନୈତିକ ଷଡଯନ୍ତ୍ର? ନା ସ୍ଥାନୀୟ ଅଞ୍ଚଳରେ କୌଣସି ହିଂସାତ୍ମକ ଦଙ୍ଗା ଘଟେଇବା ପାଇଁ ଏହି କାର୍ଯ୍ୟ କରାଯାଇଛି; ଏପରି ଅନେକ ପ୍ରଶ୍ନ ବୁଦ୍ଧିଜିବୀ ମହଲରେ ଉଙ୍କି ମାରୁଛି। ପୋଲିସ ପ୍ରଶାସନ ଏହି ଘଟଣାର ତଦନ୍ତ ଜାରି ରଖିଛି l
ପ୍ରଶାସନ ସଂପୂର୍ଣ୍ଣ ଘଟଣା ଉପରେ ଦୃଢ ଶାସନ ଓ ନ୍ୟାୟସଂପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଦ୍ଵାରା ଦୋଷି କୁ ଦଣ୍ଡିତ କରାଯାଉ ବୋଲି ଜନସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.