ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଛେଲିଆମାଳ ବାର୍ଷିକ ଉତ୍ସବ ୨୦୨୪-୨୫ ପାଳିତ

3

କଳାହାଣ୍ଡି :ରୋହିତ କୁମାର ନାଏକ (ଶାସକ ପ୍ରଶାସକ)ଭବାନୀପାଟଣା ବ୍ଲକ ଅଧିନସ୍ତ ଛେଲିଆମାଳ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ବାର୍ଷିକ ଉତ୍ସବରେ ଉଦ୍ଘାଟନୀ ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ବରାଳ ମଶାଲ ଶୋଭାଯାତ୍ରା ରେ ଯୋଗ ଦେଇ, ପତାକା ଉତ୍ତୋଳନ ଉତ୍ସବର ଶୁଭ ଉଦଘାଟନ କରିଥିଲେ।ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଶ୍ରୀଯୁକ୍ତ ସାଗର ଚରଣ ଦାସ ମାନ୍ୟବର ବିଧାୟକ ଭବାନୀପାଟଣା ସଦର ଯୋଗଦାନ କରିଥିବାବେଳେ, ସମ୍ମାନିତ ଅତିଥିଭାବେ ଛେଲିଆମାଳ ସରପଞ୍ଚ ମାନନୀୟା ଲଷ୍ମୀ ମାଝୀ, ଅନ୍ୟତମ ସମ୍ମାନିତ ଅତିଥିଭାବେ ଶ୍ରୀ ସୁବାଷ ଚନ୍ଦ୍ର ପ୍ରଧାନ ବିଶିଷ୍ଟ ସମାଜସେବୀ, ଶ୍ରୀ ସୁନାସିର ଶିଖା ସଭାପତି ଛେଲିଆମାଳ ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟ, ଶ୍ରୀ ବଳଭଦ୍ର ନିଆଲ ଶାଖା ପ୍ରବନ୍ଧକ ଭାରତୀୟ ଷ୍ଟେଟ ବ୍ୟାଙ୍କ କରଲାପଡ଼ା ଶାଖା ଏବଂ ମୁଖ୍ୟ ବକ୍ତା ଭାବେ ଶ୍ରୀ ସୁବଳଚନ୍ଦ୍ର ପ୍ରଧାନ ସଭାପତି ପଞ୍ଚସଖା ଶିକ୍ଷା ସେତୁ କଳାହାଣ୍ଡି ପ୍ରମୁଖଙ୍କ ଗରୀମାମୟ ଉପସ୍ଥିତ ଏହି ସଭାକୁ ବହୁଗୁଣିତ କରିଥିଲା। ଅତିଥି ଗଣ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ଉପଦେଶାତ୍ମକ ଭାଷଣ ପ୍ରଦାନ କରିଥିଲେ ଏବଂ ବିଭିନ୍ନ ପ୍ରତୀଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ପରେ ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଆମ ଛେଲିଆମାଳ ପଞ୍ଚାୟତ ପାଇଁ ଏହା ଏକ ସ୍ମରଣୀୟ ଦିନ ହୋଇ ରହିବ ବୋଲି ଜନ ସାଧାରଣ ରେ ଚର୍ଚ୍ଚା।ଉକ୍ତ କାର୍ଯ୍ୟକ୍ରମରେ ଶିବ ପ୍ରଶାଦ ବରାଳ ସଭlକାର୍ଯ୍ୟ ପରିଚାଳନା କରିଥିଲେ, ଗିରିଜା ଶଙ୍କର ଦାସ ଅତିଥି ପରିଚୟ କରାଇବା ସଂଗେ ସଂଗେ ଦାୟିତ୍ୱପୂର୍ଣ୍ଣ ତତ୍ପରତା ଅତି ସୁନ୍ଦର୍ ଭାବେ ସମାହିତ ହୋଇଥିଲା।ଏବଂ ବୃଷଧୂଜ ବୁଦ୍ଧିଆ,ଭୀଷ୍ମ ଚରଣ ବାଗ, ଫିରୋଜ କୁମାର, ବାଙ୍କା ବିହାରୀ ପ୍ରଧାନ, ଶିବରାମ ବାଗ, ଗୋଗୁଲ ଚରଣ ମାଝୀ, ଏବଂ ବିଜୟ କୁମାର ରଣା ଧନ୍ୟବାଦ ଜଣାଇ ଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ ,କର୍ମଚାରୀ ଓ ଛାତ୍ରଛାତ୍ରୀ ଙ୍କ ସହାୟତା ରେ ସମସ୍ତ କାର୍ଯ୍ୟକ୍ରମ ସୁନ୍ଦର ଭାବେ ସଫଳ ହୋଇଥିଲା।ଛେଲିଆମାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ବରାଳ ଭାଷଣ ,ଓ ବାର୍ଷିକ ବିବରଣୀ ଉପସ୍ଥାପନ ତଥା ଅସାଧାରଣ କାର୍ଯ୍ୟ ଦକ୍ଷତା ସମସ୍ତଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା।

Leave A Reply

Your email address will not be published.