ପୁରୀ: ଭାରତରତ୍ନ ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ସହ ଓଡ଼ିଆ ନବବର୍ଷ ପାଳିତ

3

ପୁରୀ (ଅନିମେଶ ପଟ୍ଟନାୟକ): ସୋମବାର ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବାସାହେବ ଡଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ଓ ଓଡ଼ିଆ ନବ ବର୍ଷ ସହ ଓଡିଆ ପକ୍ଷର ଶେଷ ଦିନ । ଏହି ଅବସରରେ ଜିଲ୍ଲା ପ୍ରଶାସନ ସୂଚନା ଓ ଲୋକ ସମ୍ପର୍କ,ସଂସ୍କୃତି ଓ ସମାଜ କଲ୍ୟାଣ କାର୍ଯ୍ଯାଳୟ ପକ୍ଷରୁ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା ସଂଘର୍ଷ କିପରି ଜୀବନକୁ ସଫଳ କରେ ଓ ଦେଶର ଗୌରବ ବୃଦ୍ଧିରେ ସହାୟକ ହୁଏ ତାହା ଆମ୍ବେଦକର ଙ୍କ ଜୀବନ ଆଦର୍ଶ ରୁ ସ୍ପଷ୍ଟ ପ୍ରତୀୟମାନ । ସମ୍ବିଧାନ ପ୍ରସ୍ତୁତି ଓ ପ୍ରଣୟନରେ ଡଃ ଆମ୍ବେଦକରଙ୍କ ଭୂମିକା ଅବିସ୍ମରଣୀୟ।ସେ ଜାତିୟତାପ୍ରେମୀ ଓ ସଂସ୍କାରବାଦୀ ମେଧାବୀ ଓ ପରିଶ୍ରମୀ ଥିଲେ ବୋଲି କହିଥିଲେ । ଡଃ ଆମ୍ବେଦକରଙ୍କ ଜୀବନୀ, ସେତେବେଳର ସାମାଜିକ ସ୍ଥିତି, ତାଙ୍କ ସଂଗ୍ରାମ, ସମ୍ବିଧାନ ପ୍ରସ୍ତୁତି ଓ ପ୍ରଣୟନରେ ତାଙ୍କର ଅବଦାନ, ଶିକ୍ଷା, ସଂସ୍କାର, ସାମାଜିକ ନ୍ୟାୟ, ସମ୍ପର୍କରେ ସେ ବିସ୍ତୃତ ଆଲୋଚନା ହୋଇଥିଲା ।

ଅନ୍ୟପଟେ ସୋମବାର ମହାବିଷୁବ ସଂକ୍ରାନ୍ତି ଓଡ଼ିଆ ନବବର୍ଷ ସାରା ଜିଲ୍ଲାରେ ଧୁମଧାମରେ ପାଳିତ ହୋଇଯାଇଛି। ଏହା ଆମ ସଂସ୍କୃତି ଓ ପରମ୍ପରା ର ଏକ ଗୁରୁତ୍ୱପୂର୍ଣ୍ଣ ଦିନ ବୋଲି ମୁଖ୍ଯ ଅତିଥି ଶ୍ରୀ ବେବେରା ମତ ଦେଇଥିଲେ। ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଯୋଗ ଦେଇ ଆମ ଦେଶ ବିଶ୍ୱର ସର୍ବ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର। ଏହାର ସମ୍ବିଧାନ ପ୍ରତିଷ୍ଠା ରେ ଆମ୍ବେଦକର ଙ୍କ ଭୂମିକା ଅବର୍ଣ୍ଣନୀୟ। ସମାଜରେ ନ୍ୟାୟ ବ୍ୟବସ୍ଥା ଓ ସମାନ ଅଧିକାର ପାଇଁ ତାଙ୍କ ଅବଦାନ ଅତୁଳନୀୟ। ସେହିପରି ଆଜି ଆମ ଓଡ଼ିଆ ମାନଙ୍କର ଏକ ମହତ୍ତ୍ୱପୂର୍ଣ୍ଣ ଦିବସ। ଓଡ଼ିଆ ନବବର୍ଷ ଆମ ସମସ୍ତ ଙ୍କ ପାଇଁ ଗର୍ବ ଓ ଗୌରବର ଦିବସ ବୋଲି ସେମାନେ କହିଥିଲେ। ପ୍ରାରମ୍ଭରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ୱାଗତ,ଅତିଥି ପରିଚୟ, ପ୍ରାରମ୍ଭିକ ସୂଚନା ଓ ସଭା ପରିଚାଳନା କରିଥିଲେ। ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତି ଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ପ୍ରାରମ୍ଭରେ ଅତିଥି ମାନେ ଶ୍ରୀଜୀଉଙ୍କ ପ୍ରତିମୂର୍ତ୍ତି ଓ ଡଃ ଆମ୍ବେଦକର ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜଳନ କରିଥିଲେ।ଶେଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.