ଡାବୁଗାଁ ହାଟ ପଦା ତଳ ସାହି ରେ ରାସ୍ତା ସଂଯୋଗ ନ ଥିବାରୁ ସାହିବାସି ହଇରାଣ

3

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ଡାବୁଗାଁ ତା ୧୪/୦୪/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଡଙ୍ଗରିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ସଦର ହାଟପଦା ତଳ ସାହି ରେ ବିଭାଜନ କରୁଥିବା ଦୁଇଟି ରାସ୍ତା କୁ ସଂଯୋଗ ନ ଥିବାରୁ ସାହି ବାସି ନାହିଁ ନ ଥିବା ହୋଇରାଣ ହେଉଛନ୍ତି। ଉକ୍ତ ରାସ୍ତା ଦେଇ ପୂର୍ବରୁ ଯାନ ବାହାନ ଓ ବାଇକ୍ ଚଳା ଚଳ ହେଉଥିବା ବେଳେ ଗତ କିଛି ଦିନ ହେଲା ଉକ୍ତ ସଂଯୋଗ ରାସ୍ତା କୁ କେହି ହଟାଇ ଦେଇ ଥିବାରୁ ଯାନ ବାହାନ ଚଳା ଚଳ ରେ ଅସୁବିଧା ହେଉଛି। ବିଶେଷ କରି ମାତ୍ର ଅଳ୍ପ ଦୂରରେ ଥିବା ଅଙ୍ଗନୱାଡି କେନ୍ଦ୍ର କୁ ଛୋଟ ଛୋଟ ଶିଶୁ ମାନେ ଉକ୍ତ ରାସ୍ତା ଦେଇ ଯିବା ଆସିବା ସମୟରେ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ରାତ୍ର ସମୟରେ ସାହିବାସି ଯାତାୟାତ ସମୟରେ ଡ୍ରେନ ଭିତରେ ଖସି ପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି। ଗୁରୁବାର ସାପ୍ତାହିକ ହାଟ ରେ ମଧ୍ୟ ଉକ୍ତ ରାସ୍ତା ଦେଇ ଗୋରୁ ଯାତାୟାତ କରୁଥିବା ବେଳେ ରାସ୍ତା ରୁ ଯୋଗାଯୋଗ ହଟିବା ପରେ ଗୋରୁ ଯାତାୟାତ ରେ ଅସୁବିଧା ହେଉଛି। ପ୍ରଶାସନ ତରଫରୁ ହାଟ ପଦା ତଳ ସାହିରେ ଦୁଇଟି ରାସ୍ତା କୁ ଯୋଗାଯୋଗ କରୁଥିବା ଉକ୍ତ ରାସ୍ତାକୁ ସଂଯୋଗି କରଣ କରିବାକୁ ସାହିବାସି ଦାବୀ କରିଛନ୍ତି।

Leave A Reply

Your email address will not be published.