ଓଡ଼ିଆ ପକ୍ଷ ପାଳନ ଅବସରରେ ଜିଲ୍ଲାସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମ ।

3

ଭବାନୀପାଟଣା :ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ଓଡ଼ିଆ ପକ୍ଷ ପାଳନ ର ଶେଷ ଦିବସରେ ଆଜି ମହାବିଷୁବ ପଣା ସଂକ୍ରାନ୍ତି,ହନୁମାନ ଜୟନ୍ତୀ, ସମ୍ବିଧାନ ପ୍ରଣେତା ଭାରତ ରତ୍ନ ବାବା ସାହେବ ଡକ୍ଟର ଆମ୍ବେଦକର ଜୟନ୍ତୀ ପାଳନ ଶୁଭ ଅବସରରେ କଳାହାଣ୍ଡି ଜିଲ୍ଲାସ୍ତରୀୟ ଝୋଟି,ରଙ୍ଗଳି, ମୁରୁଜ ହୁଳହୁଳି, ପିଠା, ପଣା ପ୍ରତିଯୋଗିତା କାର୍ଯ୍ଯକ୍ରମ ସ୍ଥାନୀୟ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ଭବାନୀପାଟଣା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଯୋଗଦେଇ ପବିତ୍ର ଦିବସ ପାଳନ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଓଡ଼ିଆ ପକ୍ଷ ପାଳନ ର ତାତ୍ପର୍ଯ୍ୟ ଉପରେ ଉଲ୍ଲେଖ କରି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ।ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ତନ୍ମୟ କୁମାର ଦରୱାନ,ବିଜେପି ଜିଲ୍ଳା ସଭାପତି ଯୁଗଳ କିଶୋର ପୋଡ,କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ଜୟଶଙ୍କର ନାୟକ,ବିଧାୟକ ଧର୍ମଗଡ଼ ଙ୍କ ପ୍ରତିନିଧି ହିମାଂଶୁ ପଣ୍ଡା, ଭବାନୀ ଶଙ୍କର ନିଆଲ, ଶିକ୍ଷାବିତ୍ ଡକ୍ଟର ଉମେଶ ଶତପଥି, ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ମଜିବୁ ନ ନିଶା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସୀଙ୍ଗ ରାଉତ, ପ୍ରୋଗ୍ରାମ ଅଫିସର ଅଂଶୁମାନ ବାବୁ ପ୍ରମୁଖ ଯୋଗଦେଇ ମହାବିଷୁବ ସଂକ୍ରାନ୍ତି, ହନୁମାନ ଜୟନ୍ତୀ,ଓଡ଼ିଆ ନବବର୍ଷ ପାଳନ ଅବସରରେ ସମସ୍ତ ଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଓଡ଼ିଆ ପକ୍ଷ ପାଳନ ର ତାତ୍ପର୍ଯ୍ୟ ଉପରେ ଉଲ୍ଲେଖ କରିଥିଲେ। ଜିଲ୍ଲା ସମାଜ କଲ୍ଯାଣ ବିଭାଗ, ମିଶନ ଶକ୍ତି ର ମହିଳା ମାନେ ଏହି ସବୁ ପ୍ରତିଯୋଗୀତା ରେ ଅଂଶଗ୍ରହଣ କରି ଥିଲେ। ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଜିଲ୍ଲାପାଳଙ୍କ ଦ୍ଵାର ପୁରସ୍କୃତ କରାଯାଇଥିଲା। ଏହି ସବୁ କାର୍ଯ୍ୟକ୍ରମ କୁ ଜିଲ୍ଲା ସମାଜ କଲ୍ଯାଣ ବିଭାଗ ତରଫରୁ ଆୟୋଜନ କରାଯାଇଥିଲା।

Leave A Reply

Your email address will not be published.