ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସ୍ଥିତ ଆଦିବାସୀ କଲ୍ୟାଣ ସଂଘ କାର୍ଯ୍ୟାଳୟ ଠାରେ ବ୍ଲକ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ସମ୍ବିଧାନ ପ୍ରଣେତା ଡ.ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ ପାଲିତ ହୋଇ ଯାଇଛି। ଏହି ଜୟନ୍ତୀ ପାଳନ ଅବସରରେ ବ୍ଲକ ସଭାପତି ଶ୍ରୀ ସୁରେଶ ଭୋଇ, ଉପଦେଷ୍ଟା ଶ୍ୟାମସୁନ୍ଦର ଭୋଇ, ଯଶୋବନୀ ଭୁଏ , ଯୁବରାଜ ସିଂ ବରିହା, ଧୁବା ଭୁଏ, ଟଙ୍କଧର ଭୁଏ, ଓକିଲ ବୀରେନ୍ଦ୍ର କୁମାର ଦଣ୍ଡସେନା ଓ ଅନ୍ୟାନ୍ୟ କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ରହି ବାବା ଆମ୍ବେଦକରଙ୍କର ଭୂମିକା ସଂରକ୍ଷଣ ବ୍ୟବସ୍ଥା ଓ ସମ୍ବିଧାନ ପ୍ରଣୟନ ସମୟରେ ବିଜ୍ଞତାର ପରିଚୟ ଦେଇଥିବା ମତବ୍ୟକ୍ତ କରିଥିଲେ। ସେ ବହୁ ଦେଶର ଗଣତାନ୍ତ୍ରିକ ସମ୍ବିଧାନ ଅଧ୍ୟୟନ କରି ଭାରତୀୟ ସମ୍ବିଧାନ ପ୍ରସ୍ତୁତ କରିଥିବା ଏବଂ ଏହାର ସାରମର୍ମ ସମ୍ପର୍କରେ ଅବଗତ କରାଇଥିଲେ।
ସେହିପରି ସମାଜର ପରିବର୍ତ୍ତନ ସହିତ ସମ୍ବିଧାନର ସଂଶୋଧନ ସକାଶେ ମଧ୍ୟ ଭାରତୀୟ ସମ୍ବିଧାନରେ ବ୍ୟବସ୍ଥା ରହିଥିବା ସମସ୍ତ ଅତିଥି ଗଣ ଅବଗତ କରାଇଥିଲେ।
Sign in
Sign in
Recover your password.
A password will be e-mailed to you.